pakka

ବନ ବିଭାଗ ଓ ପୋଲିସର ମିଳିତ ଚଢ଼ାଉରେ ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ଜବତ : ମୁଖ୍ୟ ଅଭିଯୁକ୍ତ ଫେରାର୍‌, ୨ ଗିରଫ୍‌

bbehera

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ରେଂଜ ଓ ସଇଁତଲା ରେଂଜ ସହ ତୁଷୁରା ପୋଲିସର ମିଳିତ ଚଢ଼ାଉରେ ତୁଷୁରା ଥାନା ଅନ୍ତର୍ଗତ ଲୁର୍କି ଗାଁରୁ ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ସହ କାଠ କାମରେ ବ୍ୟବହୃତ ଯନ୍ତ୍ରପାତି ଜବତ ହୋଇଥିବା ସୂଚନା ମିଳିଛି । ଏହି ମାମଲାରେ ସମରା ନିବାସୀ ବ୍ୟାସଦେବ ସେଠ ଓ କନ୍ଧକେଲଗାଁ ନିବାସୀ ପ୍ରକାଶ ଠେଲାଙ୍କୁ ଗିରଫ୍‌ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଲୁର୍କି ନିର୍ବାସୀ ସରୋଜ ପ୍ରଧାନ ଫେରାର୍‌ ଥିବା ଜଣାପଡ଼ିଛି । ଚଢ଼ାଉ ସମୟରେ ଲକ୍ଷ ଲକ୍ଷ ଟଙ୍କାର ବିଜା, ଶାଗୁଆନ, ଶାଳ ସାଇଜ୍‌ ସହ କାଠ କାମରେ ବ୍ୟବହାର ହେଉଥିବା ଯନ୍ତ୍ରପାତି ଜବତ୍‌ ହୋଇଥିବା ସୂଚନାରେ କୁହାଯାଇଛି । ଏହି ଚଢ଼ାଉରେ ଦେଓଗାଁ ରେଂଜ ଅଫିସର ଯୁଧିଷ୍ଠିର ଜାଲ, ସଇଁତଲା ରେଂଜ ଅଫିସର ସିଦ୍ଧାର୍ଥ ନାଏକ, ତୁଷୁରା ଥାନା ଆଇଆଇସି ସଂଜୀବ ପଧାନଙ୍କ ସହ ପୋଲିସ୍‌ ଟିମ୍‌, ଫରେଷ୍ଟର ବ୍ୟାସଦେବ ସାହୁ, ଜନ୍ମେଜୟ ପାଣିଗ୍ରାହୀ, ସୁଶିଲ ପୁଟାଙ୍କ ସହ ଦେଓଗାଁ, ବଲାଙ୍ଗିର ଓ ସଇଁତଲା ରେଂଜ୍‌ର ପାରା ଷ୍ଟାଫ୍‌ ସାମିଲ୍‌ ରହିଥିଲେ ।

jay balangir
Leave A Reply

Your email address will not be published.

7 − six =