csstore

ସଇଁନ୍ତଲାର ସିମେଣ୍ଟ ବ୍ୟବସାୟୀଙ୍କ ଦୋକାନରେ ଜିଏସ୍‌ଟି ବିଭାଗର ଚଢ଼ାଉ

ସଇଁନ୍ତଲା, (ଲଷ୍ମୀକାନ୍ତ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଷ୍ଟେଟ ବ୍ୟାଙ୍କ ଛକ ନିକଟରେ ଥିବା ସିମେଣ୍ଟ ବ୍ୟବସାୟୀ କପିଲ ପ୍ରସାଦ ଅଗ୍ରୱାଲଙ୍କ ସିମେଣ୍ଟ ଗୋଦାମ, ବାସଭବନ, କାର୍ଯ୍ୟାଳୟ ଏବଂ ଲରକିପାଲି ସ୍ଥିତ ସିମେଣ୍ଟ ଗୋଦାମ ଘରେ ଏକକାଳୀନ ଜିଏସ୍‌ଟି ବିଭାଗର ୨୫ ଜଣିଆ ଟିମ୍‌ର ଚଢ଼ାଉ ଜାରି ରହିଛି । ଦୀର୍ଘ ଦିନ ହେବ ସାମଗ୍ରୀ ଅଧିକ କିଣି ବିକ୍ରୟ କମ୍‌ କରୁଥିବା କାଗଜ ପତ୍ରରେ ବ୍ୟବସାୟୀ ଜଣକ ଦର୍ଶାଉଥିବା ଜିଏସ୍‌ଟି ବିଭାଗ ଜାଣିବାକୁ ପାଇବା ପରେ ବିଭାଗୀୟ ନିର୍ଦ୍ଦେଶକ୍ରମେ ଚଢ଼ାଉ କରିଥିଲେ । ଭବାନୀପାଟଣା ଓ ବଲାଙ୍ଗିରର ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍‌ ବିଭିନ୍ନ କାଗଜ ପତ୍ର ଜବତ କରିବା ସହ ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି । ଜିଏସ୍‌ଟି ବିଭାଗର ଡିଏସ୍‌ପି କିଶୋର ଚନ୍ଦ୍ର ମେହେର, ରଞ୍ଜନ ନାଏକ, ଜିତେନ୍ଦ୍ରୟୀ ବାଗ, ସରୋଜ ବେରିହା, ନୀଳାଦ୍ରି ବିହାରୀ ଧାଡ଼ିଆ, ଭବାନୀ ଶଙ୍କର ପଟେଲ, ଅଶ୍ୱିନୀ କୁମାର ପାଢ଼ୀ, ସମୀର ମାଝୀ, ପରେଶ୍ୱର ସାହୁ, ସୁଧାଂଶୁ ବେହେରା, ଟଙ୍କଧର ସାହୁ ପ୍ରମୁଖ ସାମିଲ ହୋଇଛନ୍ତି ।

jayashree
Leave A Reply

Your email address will not be published.