pakka

ଆସନ୍ତାକାଲିଠାରୁ ମା’ ସମଲେଶ୍ୱରୀଙ୍କ ପୀଠ ପରିସରରେ ମାଦକ ଦ୍ରବ୍ୟ ଓ ପାନ ଗୁଟକାର ବ୍ୟବହାର ଉପରେ ରୋକ୍

bbehera

ସମ୍ବଲପୁର : ମା’ ସମଲେଶ୍ୱରୀଙ୍କ ପୀଠ ପରିସରରେ ମାଦକ ଦ୍ରବ୍ୟ, ପାନ ଗୁଟକା, ବିଡି, ସିଗାରେଟ ଆଦି ଦ୍ରବ୍ୟର ବ୍ୟବହାର ଉପରେ ଆସନ୍ତାକାଲିଠାରୁ ରୋକ ଲଗାଇବା ନିଷ୍ପତ୍ତି ନେଇଛି ଶ୍ରୀ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ । ଏନେଇ ସୂଚନା ଦେଇଛନ୍ତି ଶ୍ରୀ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ । ସେ କହିଛନ୍ତି, ଏହି ନିଷ୍ପତ୍ତିକୁ ନ ମାନିଲେ ଟ୍ରଷ୍ଟ ବୋର୍ଡ ଆର୍ଥିକ ଦଣ୍ଡ ବ୍ୟବସ୍ଥା ଲାଗୁ କରିବା ମନ୍ଦିର ପରିସରରେ ପବିତ୍ରତା ଓ ପରିଚ୍ଛନ୍ନତା ସମସ୍ତ ଭକ୍ତଙ୍କ ଦାୟିତ୍ଵ । ଟ୍ରଷ୍ଟ ବୋର୍ଡ ସମସ୍ତ ଭକ୍ତ ତଥା ପୂଜକ ଓ କର୍ମଚାରୀମାନଙ୍କୁ ନିବେଦନ କରୁଛି । ଏହି ନିଷିଦ୍ଧ ପଦାର୍ଥର ବ୍ୟବହାର ନିଜେ ନ କରିବାକୁ ଓ ଅନ୍ୟମାନଙ୍କୁ ସଚେତନ କରିବାକୁ ବୋର୍ଡ ନିବେଦନ କରିଛି ।

Leave A Reply

Your email address will not be published.

14 − nine =