ସ୍ୱାଧୀନତା ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ତରଭା, (ପୁସ୍ତମ ଯୁଆଡି ) : ୭୫ତମ ସ୍ୱାଧୀନତା ଦିବସ ଅବସରରେ ତରଭା ବ୍ଲକ ଅନ୍ତର୍ଗତ ଖଗସାକନାର ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ବିଭିନ୍ନ ପ୍ରକାରର ୪୩୦ଟି ବୃକ୍ଷ ରୋପଣ କରାଯାଇଛି । ୭୫ତମ ସ୍ୱାଧୀନତା ଦିବସକୁ ମନେ ରଖିବା ତଥା ଗ୍ରାମ୍ୟ ପରିବେଶକୁ ସୁନ୍ଦର କରିବା ପାଇଁ ଏହି କାର୍ଯ୍ୟକ୍ରମରେ ନିମ୍ବ, କରଂଜ, ଜାମୁ, ଦେବଦାରୁ, ଶାଗୁଆନ, କଦମ୍ବ ପ୍ରଭୃତି ବୃକ୍ଷ ସାମୁହିକ ଭାବରେ ରୋପଣ କରାଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭିକାରୀ ଚରଣ ମେହେର, ସହକାରୀ ଶିକ୍ଷକ ନରେନ୍ଦ୍ର ଝାଙ୍କରଙ୍କ ସମେତ ଗ୍ରାମର ଅନେକ ଯୁବକ ଯୋଗଦାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁବୋଧ ପଧାନ, ନିରନ୍ ଝାଙ୍କର, ମାନସ ପଧାନ, ଅଭିମନ୍ୟୁ ସୁନା, କଲକାହ୍ନୁ ପଧାନ, ହିମାଂଶୁ ନନ୍ଦ, ବିରେନ୍ଦ୍ର ଝାଙ୍କର, ଉମେଶ ଚନ୍ଦ୍ର ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.