csstore

ସଂକୀର୍ତ୍ତନ ମାଧ୍ୟମରେ ପରିବେଶ ସଚେତନତା ଓ ବୃକ୍ଷ ରୋପଣ ଅଭିଯାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପବିତ୍ର ମହାକାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ, ବୋଲକଣା, ଡେଲାଙ୍ଗ, ପୁରୀ, ପକ୍ଷରୁ ପ୍ରତ୍ୟୁଷରୁ ସଂକୀର୍ତ୍ତନ ଦ୍ୱାରା ବୃକ୍ଷ ଧରି ବୋଲକଣା ଗ୍ରାମର ତିନୋଟି ୱାର୍ଡ ପରିକ୍ରମା କରାଯାଇ ବୃକ୍ଷ ରୋପଣ, ବୃକ୍ଷ ଦାନ ସହ ପରିବେଶ ସଚେତନତା କରାଯାଇ ଗୁଡପାଇଲୋ ଗ୍ରାମ ଅଭିମୁଖେ ଯାତ୍ରା କରାଯାଇଥିଲା । ସେଠାରେ ଗୁଡପାଇଲୋ ଗ୍ରାମର ସଂକୀର୍ତନ ମଣ୍ଡଳୀ ସବୁଜ ଡେଲାଙ୍ଗର ଅଭିଯାନକୁ ସ୍ୱାଗତ କରିବା ସହ ଗ୍ରାମ ପରିକ୍ରମା କରି ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ । ପରେ ପରେ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ମହାକାର୍ତ୍ତିକ ବ୍ରତଧାରୀଙ୍କୁ ଟ୍ରଷ୍ଟର ଅଧ୍ୟକ୍ଷ ପରିବେଶବିତ ଆଇନଜୀବୀ ହୃଷୀକେଶ ପାଢ଼ୀ ଅଁଳା ବୃକ୍ଷ ଦାନ କରିବା ପରେ ବୃକ୍ଷ ରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ରାମର ଶଙ୍କର୍ଷଣ ଜେନା, ରତ୍ନାକର ସାହୁ, ଗାୟକ ଭ୍ରମର ସାହୁ, ବାୟକ ପୂର୍ଣଚନ୍ଦ୍ର ପ୍ରଧାନ, କ୍ଷେତ୍ରବାସୀ ଜେନା, ନୃସିଂହ ପ୍ରଧାନ, ପ୍ରକାଶ ପ୍ରଧାନ ପ୍ରମୁଖ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.