csstore

ଓଡ଼ିଆ ନବବର୍ଷରେ ବୃକ୍ଷର ଶୁଭ ମନାସିଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ମହାବିଷୁବ ତଥା ପଣା ସଂକ୍ରାନ୍ତି ଓଡ଼ିଆ ନବବର୍ଷରେ ପଣା ଲାଗି କରି ବୃକ୍ଷର ପୂଜାର୍ଚନା କରିବା ସହ ଶୁଭମନାସିଛନ୍ତି ସବୁଜ ଡେଲାଙ୍ଗ ଟ୍ରଷ୍ଟର ଅଧ୍ୟକ୍ଷ ଆଇନଜୀବୀ, ସାହିତ୍ୟିକ ତଥା ପରିବେଶବିତ ହୃଷୀକେଶ ପାଢ଼ୀ । ଓଡ଼ିଆ ନବବର୍ଷର ପ୍ରଥମ ଦିବସରେ ବୃକ୍ଷକୁ ଭଲ ପାଇ ତାକୁ ଲଗେଇ ତାର ଯତ୍ନ ନେଇ ବଡକରିବା ପାଇଁ ଜନସଚେତନତା ସୃଷ୍ଟି କରିଛନ୍ତି ଶ୍ରୀ ପାଢ଼ୀ । ଏହି ଅବସରରେ ବୋଳକଣା ଗ୍ରାମର ଆରାଧ୍ୟ୍ୟ ଦେବ ଐଶାନ୍ୟସ୍ୱର ମନ୍ଦିର ଠାରୁ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଡପାଇଲୋ ଗ୍ରାମ ର ଆରାଧ୍ୟ ଦେବ ଶ୍ରୀ ନୀଳକଣ୍ଠେଶ୍ଵର ଦେବଙ୍କ ମନ୍ଦିର ପର୍ଯ୍ୟନ୍ତ ଶ୍ରୀ ପାଢ଼ୀ ନିଜର ବ୍ୟାଟେରୀ ଚଳିତ ସ୍କୁଟିରେ ଚାରାଗଛ ଧରି ବୃକ୍ଷକୁ ଭଲ ପାଇବା ସହ ତାକୁ ଲଗେଇ, ଯତ୍ନ ନେଇ ବଡ଼ କରି ପରିବେଶ ସୁରକ୍ଷା କରିବା ପାଇଁ ଜନସଚେତନତା ସୃଷ୍ଟି କରିଥିଲେ ।

jayashree
Leave A Reply

Your email address will not be published.