ଘରେ ଶୋଇଥିବା ବେଳେ ବୃଦ୍ଧଙ୍କୁ ଦଳି ଦେଲା ଦନ୍ତା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଉଲୁଣ୍ଡା ରେଞ୍ଜ ପଣ୍ଡକିଟାଲ ଗାଁରେ ଜଣେ ବୃଦ୍ଧଙ୍କୁ ଘରେ ଶୋଇଥିବା ବେଳେ ଦଳି ଦେଲା ଦନ୍ତା ହାତୀ । ଘଟଣାସ୍ଥଳରେ ହିିଁ ବୃଦ୍ଧ‌ଙ୍କ ମୃତ୍ୟୁ ହୋଇଥିଲା । ମୃତକ ଜଣକ ହେଲେ ୬୦ ବର୍ଷୀୟ ନାରାୟଣ ଭୋଇ । ଖବର ପାଇ ବନ ବିଭାଗ ଓ ପୋଲିସ ଘଟଣା ସ୍ଥଳକୁ ପହଂଚି ଶବକୁ ଉଦ୍ଧାର କରିଛନ୍ତି । ନାରାୟଣ ନିଜ ଝିଅ ଘରେ ରହୁଥିଲେ । ତେବେ ଗତକାଲି ରାତିରେ ଶୋଇଥିବା ବେଳେ ଦନ୍ତା ଆସି ଘର ଭାଙ୍ଗି ଘର ଭିତରକୁ ପଶି ବୃଦ୍ଧଙ୍କୁ ଦଳିଦେଇଥିଲା ।

Leave A Reply

Your email address will not be published.