ସଂକଳ୍ପ ପରିବାର ଦ୍ୱାରା ମୁମୁର୍ଷୁ ଅବସ୍ଥାରେ ବୃଦ୍ଧ ଉଦ୍ଧାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଚକୁଳି ଫାର୍ମ ଅଞ୍ଚଳରୁ ଅତି ମୁମୁର୍ଷୁ ଅବସ୍ଥାରେ ଜଣେ ବୃଦ୍ଧ ବ୍ୟକ୍ତି ଉଦ୍ଧାର ହୋଇଛନ୍ତି । ସେ ଉକ୍ତ ଅଞ୍ଚଳରେ ଦୀର୍ଘ ଦୁଇଦିନ ହେଲା ପଡି ରହିଥିଲେ । ଜଣେ ସୁହୃଦୟ ବ୍ୟକ୍ତିଙ୍କଠୁ ଖବର ପାଇ ସଂକଳ୍ପ ପରିବାର ତାଙ୍କ ପାଖକୁ ପହଞ୍ଚିଥିଲା । ବୃଦ୍ଧ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ଓ ତାଙ୍କର ଶରୀରରେ ଅକ୍ସିଜେନ ପରିମାଣ ୬୦ରୁ କମ ରୁହୁଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ବୁର୍ଲା ବଡମେଡିକାଲକୁ ନିଆଯାଇଥିଲା । ବର୍ତ୍ତମାନ ବୁର୍ଲା ଆଇସୋଲେସନ ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଛି । ହେଲେ ବର୍ତ୍ତମାନ ପର୍ୟ୍ୟନ୍ତ ତାଙ୍କର ପରିଚୟ ମିଳିପାରି ନାହିଁ । ଯଦି କିଏ ତାଙ୍କୁ ଜାଣି ପାରୁଥିବେ ବା ତାଙ୍କ ବିଷୟରେ କିଛି ପରିଚୟ ପାଇଲେ ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲ ମୋବାଇଲ ନମ୍ବର – ୭୦୦୮୯୬୯୧୫୦‌ଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.