pr

ପୂର୍ବ ଶତ୍ରୁତାରୁ ନୂଆଗାଁ ଛକ ଦୋକାନ ଉପରକୁ ବୋମା ମାଡ଼ : ଅଳ୍ପକେ ବର୍ତ୍ତିଲେ ଦୋକାନ ମାଲିକ

dr. purohit

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ନୂଆଗାଁ ସ୍ଥିତ ଷୋହଳ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଏକ ଜେନେରାଲ ଷ୍ଟୋର ଉପରକୁ ଶନିବାର ସନ୍ଧ୍ୟାରେ ୬.୪୦ ମିନିଟ୍‌ ସମୟରେ ଚାରୋଟି ବୋମା ମାଡ଼ ହୋଇଥିବା ଜଣାପଡିଛି । ଏଥିରେ ଅଳ୍ପକେ ବର୍ତ୍ତିଛନ୍ତି ଦୋକାନ ମାଲିକ ରାମ ଗୌଡ଼(୩୨) । ସୂଚନା ଅନୁସାରେ ଉକ୍ତ ବୋମା ମାଡ଼ରେ ରାମଙ୍କ ଡାହାଣ ଗୋଡ଼ରେ ସାମାନ୍ୟ ଆହତ ଲାଗିଥିବା ଜଣାପଡିଛି । ଖବର ପାଇ ଛତ୍ରପୁର ଏସଡିପିଓ ଗୌତମ କିଷାନ, ଗଞ୍ଜାମ ଥାନା ଆଇଆଇସି ସୁଦୀପ୍ତ କୁମାର ସାହୁ, ସେକେଣ୍ଡ ଅଫିସର ଅଜିତ କୁମାର ପରିଡା, ଜାତୀୟ ରାଜପଥ ପେଟ୍ରୋଲିଂ ଅଧିକାରୀ ସୀମାଞ୍ଚଳ ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରୀ ରଖିଥିବା ଜଣାପଡିଛି । ଦୋକାନ ମାଲିକ ରାମଙ୍କ କହିବା ଅନୁସାରେ ସେ ଦୋକାନରେ ଶୋଇଥିବା ବେଳେ ମୁନା ତରାଇ ନାମକ ଜଣେ ଯୁବକ ଦୋକାନରେ ଥିଲେ । ଏତିକି ବେଳେ ନୀଳ ରଙ୍ଗର ଆପାଚି ବାଇକରେ ଛତ୍ରପୁର ପଟୁ ତିନି ଜଣ ବ୍ୟକ୍ତି ଆସି ପ୍ରଥମେ ଜଣେ ଯୁବକ ଦୋକାନ ସମ୍ମୁଖକୁ ଗୋଟିଏ ବୋମା ଫିଙ୍ଗି ଥିଲେ । ଶବ୍ଦ ଶୁଣି ଉଠିବା ପରେ ଆଉ ଗୋଟେ ବୋମା ଫିଙ୍ଗି ଥିଲେ ଓ ସେହି ବୋମା ତାଙ୍କ ଛାତିରେ ବାଜିଥିଲା କିନ୍ତୁ ବୋମାଟି ଫୁଟି ନ ଥିଲା । ଲାଗି ଲାଗି ଚାରୋଟି ବୋମା ମାଡ଼ କରି ଦୁର୍ବୃତ୍ତମାନେ ଛତ୍ରପୁର ଆଡକୁ ଚାଲି ଯାଇଥିଲେ । ସେମାନେ ଫିଙ୍ଗି ଥିବା ୪ଟି ବୋମା ମଧ୍ୟରୁ ଦୁଇଟି ଫୁଟିଥିବା ବେଳେ ଦୁଇଟି ଫୁଟି ନଥିଲା । ଦୋକାନୀ ମାଲିକ ଅଭିଯୁକ୍ତଙ୍କୁ ଜାଣିଥିବା ଏବଂ ପୂର୍ବ ଶତ୍ରୁତାରୁ ସେ ଏହି ବୋମା ମାଡ଼ କରିଥିବା ପୋଲିସକୁ କହିଛନ୍ତି ଦୋକାନ ମାଲିକ ।

nrusinghnath
Leave A Reply

Your email address will not be published.