jayashree

ବାଲୁକା ଶିଳ୍ପୀଙ୍କ ସମୁଦ୍ରରେ ବେଳାଭୂମିରେ ବୋଇତ କଳାକୃତି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଓଡ଼ିଶାର ପ୍ରାଚୀନ ପରମ୍ପରାର ସୃତିକୁ ନେଇ ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଟେଶ୍ୱର ଶୈବପୀଠ ନିକଟସ୍ଥ ସମୁଦ୍ର ବେଳାଭୂମିରେ ସ୍ଥାନୀୟ କଣ୍ଟିଆଗଡ଼ ଗ୍ରାମର ଯୁବ ବାଲୁକା ଶିଳ୍ପୀ ସଚ୍ଚିଦାନନ୍ଦ ପ୍ରଧାନ(ବାବୁଲା)ବାଲୁକା କଳା ପ୍ରଦର୍ଶନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସମୁଦ୍ର ବେଳାଭୂମିରେ ପ୍ରବଳ ଜନ ସମାଗମ ହୋଇଥିବା ବେଳେ ସେ ବାଲୁକା କଳାକୃତି ମାଧ୍ୟମରେ ଏକ ବୋଇତ ନିର୍ମାଣ କରି ଓଡ଼ିଶାର ସାଧାବ ପୁଅମାନଙ୍କ ନୌ ବାଣିଜ୍ୟର ସୃତିକୁ ରୋମନ୍ଥନ କରିଛନ୍ତି । ପର୍ଯ୍ୟଟକମାନଙ୍କୁ କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଶୁଭ କାମନା ଜଣାଇଛନ୍ତି । ଯୁବ ବାଲୁକା ଶିଳ୍ପୀଙ୍କ ଏପରି କାଳକୃତିକୁ ନେଇ ବିଭିନ୍ନ ମହଲରୁ ତାଙ୍କୁ ଉଚ୍ଚ ପ୍ରସଂଶା କରାଯାଇଛି ।

Leave A Reply

Your email address will not be published.