oom

ଦହିତାରେ ବିଜେପି ମଣ୍ତଳ କାର୍ଯ୍ୟକାରିଣୀ ସମାବେଶ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦହିତାରେ ମଣ୍ତଳ ସ୍ତରୀୟ ବିଜେପି କାର୍ଯ୍ୟକାରିଣୀ ସମାବେଶ ମଣ୍ତଳ ସଭାପତି କେତନ ମେହେରଙ୍କର ସଭାପତି‌ତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ବରଗଡ ସାଂସଦ ସୁରେଶ ପୂଜାରୀ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଯୋଗଦେଇ ଭାରତ ମାତା ଫଟୋ ଚିତ୍ରରେ ଦୀପ ପ୍ର‌ଜ୍ୱଳନ କରି ସମାବେଶକୁ ଉଦଘାଟନ କରିଥିଲେ । ଏହାପରେ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଏକ ରାଜନୈତିକ ଚିଠା ପ୍ରସ୍ତାବ ଆଗତ ନିଆଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ପୂଜାରୀ ଅଞ୍ଚଳର ବିକାଶ ପାଇଁ ଯେ କୌଣସି ବ୍ୟକ୍ତିଙ୍କ ଅଭିଯୋଗ ଶୁଣିବାକୁ ତାଙ୍କ ‌ଦ୍ୱାର ଖୋଲା ଅଛି ବୋଲି କହିଥିବା ବେଳେ ସମ୍ମାନିତ ଅତିଥି ଶ୍ରୀ ପୁରୋହିତ ତାଙ୍କ ଲମ୍ବା ଭାଷଣରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ସମର୍ପିତ କାର୍ଯ୍ୟକର୍ତ୍ତାଙ୍କୁ ହିଁ ବିଜେପି ଟିକେଟ ଦେବ ବୋଲି ପ୍ରକାଶ କରିଥିଲେ । ମଣ୍ତଳ ସାଧାରଣ ସଂପାଦକ ବାସୁଦେବ ପାଣିଗ୍ରାହୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସମାବେଶରେ ଅନ୍ୟ ମାନଙ୍କ ମଧ୍ୟରେ ଆଦିବାସୀ ମୋର୍ଚ୍ଚା ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ଭୁଏ, ବରିଷ୍ଠ ବିଜେପି ନେତା ସୁରେଶ୍ଵର ଶତପଥୀ, ବ୍ଲକ ଅଧ୍ୟକ୍ଷ କୁମରମଣି ନାଏକ, ଜିଲ୍ଲା ସାଧାରଣ ସଂପାଦକ ସଂପାଦକ ସରୋଜ ପାଣିଗ୍ରାହୀ, ଜିଲ୍ଲା ଉପ ସଭାପତି ସରୋଜ ସାମଲ, ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, ହରିହର ସାହୁ, ରାହାସ ବିହାରୀ ସାହୁ, ଶ୍ରୀକାନ୍ତ ପାଣିଗ୍ରାହୀ, ସୁନୀଲ ମିଶ୍ର, ହରେକୃଷ୍ଣ ପଟେଲ, ନିରାକାର ବରିହା, ସୌକିଲାଲ ସାହା, ଟିକେଶ୍ୱର ହୋତା, ଡା ଲମ୍ବୋଦର ପଣ୍ତା, ସରପଞ୍ଚ ସନ୍ତୋଷିନୀ ପଟେଲ, ଜନକ ସାହୁ, ସତ୍ୟ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଦହିଗାଁ ଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚ ଜୟନ୍ତ ସେଠ, ସନ୍ତୋଷ ରଣା, ଡେଲେ‌ଶ୍ୱର ମେହେର, ଜୟଦେବ ବରିହା, କାର୍ତ୍ତିକ ସାହୁ, ବକୁଳ ପଣ୍ଡାଙ୍କ ସମେତ ବିଭିନ୍ନ ଦଳ ଛାଡିଥିବା ଶତାଧିକ ବ୍ୟକ୍ତି ବିଜେପିରେ ଯୋଗଦାନ କରିଥିଲେ । ତାଙ୍କୁ ଅତିଥି ବୃନ୍ଦ ପୁଷ୍ପମାଲ୍ୟ ଦେଇ ‌ସ୍ୱାଗତ ଜଣାଇ ଥିଲେ । ଏଥିରେ ଦହିତା, ଦହିଗାଁ, ବୁଡେନ, ବୁଡାମାଲ, ଖଲିଆପାଲି, ଜମରତଲା, କଂସର ପଞ୍ଚାୟତର କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ । ଶେଷରେ ପୂର୍ବତନ ସମିତିସଭ୍ୟ ମକର‌ଧ୍ୱଜ ବଗାର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.