csstore

ବିଜେପିରେ ଯୋଗଦେଲେ ଯୁବନେତା କୁମୁଦ ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ବିଚାର ଧାରା ଏବଂ ମୋଦିଙ୍କ ବିକାଶ ମୂଳକ କାମ ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଦୃଢ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଦହିଗାଁ ପଞ୍ଚାୟତ ଦର୍ଲିଗୁଡା ଗ୍ରାମର ଯୁବ ନେତା କୁମୁଦ ସାହୁଙ୍କ ସମେତ ତାଙ୍କର ଅନୁଗାମୀ ମାନଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ବାସଭବନ କାର୍ଯ୍ୟାଳୟ ଠାରେ ଦହିତା ମଣ୍ଡଳ ସଭାପତି କେତନ ମେହେର, ବରଗଡ ଜିଲ୍ଲା ଉପ ସଭାପତି ସରୋଜ ସାମଲଙ୍କ ଉପସ୍ଥିତରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଉପଢୌକନ ଦେଇ କୁମୁଦ ସାହୁଙ୍କୁ ସ୍ୱାଗତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦହିଗାଁ ପଞ୍ଚାୟତର ସୁବାଷ ପଣ୍ତା, ଖଲିଆପାଲି ପଞ୍ଚାୟତର ମିତ୍ରଦୟ ସାହୁ, କୁବେର ସାହୁ, ପ୍ରେମାନନ୍ଦ ବିଶି, ନାରାୟଣ ପୋଢ, ରାଜେନ୍ଦ୍ର ସେଠ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.