ବିଜେପିର ବଳିଦାନ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନ ସଂଘର ପ୍ରତିଷ୍ଠାତା ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁ ଦିବସରେ ଭାରତୀୟ ଜନତା ପାର୍ଟି ସାରା ଭାରତ ବର୍ଷରେ ବଳିଦାନ ଦିବସ ରୂପେ ପାଳନ କରି ଆସୁଛି । ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନକୁ ବିରୋଧ କରି ଡା ଶ୍ୟାମ ପ୍ରସାଦ ମୁଖାର୍ଜୀ ଜାମ୍ମୁ କାଶ୍ମୀର ପୋଲିସ ଦ୍ୱାରା ଗିରଫ ହୋଇ ଜେଲରେ ବନ୍ଦୀ ଥିବା ବେଳେ ୧୯୫୩ ମସିହା ଜୁନ ୨୩ ତାରିଖରେ ତାଙ୍କର ରହସ୍ୟ ଜନକ ମୃତ୍ୟୁ ଜେଲରେ ଘଟିଥିଲା । ଡା ମୁଖାର୍ଜୀଙ୍କ ଗୋଟିଏ ବାର୍ତ୍ତା ‘ଏକ ଦେଶ ମେ ଦୋ ନିଶାନ ଦୋ ପଧାନ ଓର ଦୋ ବିଧାନ ନହିଁ ଚଳେଗା ନହିଁ ଚଳେଗା’ । ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଛେଦ ପରେ ଏହି ରାଜ୍ୟ ଭାରତର ଅନ୍ୟ ରାଜ୍ୟ ମାନଙ୍କ ପରି ସ୍ୱୀକୃତ ଲାଭ କରିଛି । ଏହା ଫଳରେ ଡା ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କର ସ୍ୱପ୍ନ ସାକାର ହେବା ସହିତ ଦେଶ ପାଇଁ ତାଙ୍କର ବଳିଦାନ ସଫଳ ରୂପ ନେଇଛି । ଭାରତୀୟ ଜନତା ପାର୍ଟି ଏହି ଦିନକୁ ବଳିଦାନ ଦିବସ ରୂପେ ପାଳନ କରୁଛି । ଏହି କ୍ରମରେ ପାଇକମାଲ ବ୍ଲକର ମାଣ୍ଡୋସିଲ ମଣ୍ତଳ, ଲଖମରା ମଣ୍ତଳ, ପାଇକମାଲ ମଣ୍ତଳ ଠାରେ ବଳିଦାନ ଦିବସ ପାଳନ ହୋଇଯାଇଛି । ମାଣ୍ଡୋସିଲ ଠାରେ ମଣ୍ତଳ ସଭାପତି ସଞୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରଗଡ ଜିଲ୍ଲା ଉପ ସଭାପତି ସରୋଜ ସାମଲ, କୃଷକ ମୋର୍ଚ୍ଚା ଜିଲ୍ଲା କୋଡିନେଟର ଯୋଗେନ୍ଦ୍ର ଭୋଇ, ନରୋତ୍ତମ ଦାସ, ଅଲେଖ ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ପାଇକମାଲ ମଣ୍ତଳ ଦ୍ୱାରା ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ ପ୍ରଥମେ ସମସ୍ତ କାର୍ଯ୍ୟକର୍ତ୍ତା ପୁଷ୍ପ ଦେଇ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷକ ମୋର୍ଚ୍ଚା ଶ୍ରୀ ଗୋବର୍ଦ୍ଧନ ଅଗ୍ରୱାଲଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବଳିଦାନ ଦିବସରେ ପୂର୍ବ ଜିଲ୍ଲା ସାଧାରଣ ସମ୍ପାଦକ ଦୁର୍ଗାପ୍ରସାଦ ଅଗ୍ରୱାଲ ଯୋଗ ଦେଇ ଡା ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଜୀବନୀ ଉପରେ ସ୍ମୃତି ଚାରଣ କରିଥିଲେ । ବରିଷ୍ଠ କାର୍ଯ୍ୟକର୍ତ୍ତା ନାରାୟଣ ବେହେରା, ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀ, ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଳରାମ ସାହୁ, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଏମ ଡି ରାଜା, ଯୁବ ମୋର୍ଚ୍ଚା ସଭାପତି ରୋଶନ ପାଣିଗ୍ରାହୀ, ଇନ୍ଦ୍ରଜିତ ଭୋଇ, ମିନି କେତନ ବେହେରା, ହରେକୃଷ୍ଣ ସୁନା ପ୍ରମୁଖ ଉପସ୍ଥିତ ରହି ଡା ମୁଖାର୍ଜୀଙ୍କ ଜୀବନ ଉପରେ ସ୍ମୃତି ଚାରଣ କରିଥିଲେ ।

Leave A Reply

Your email address will not be published.

4 × one =