ସହର ଉପକଣ୍ଠ ଛୁଇବନ୍ଧ ନିକଟରେ ଟ୍ରକ୍ ଡ୍ରାଇଭରଠୁ ବନ୍ଧୁକ ମୁନରେ ଲୁଟ୍ ଅଭିଯୋଗ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ସହର ଉପକଣ୍ଠ ଛୁଇବନ୍ଧ ନିକଟରେ ଟ୍ରକ୍ ଡ୍ରାଇଭରଠୁ ବନ୍ଧୁକ ମୁନରେ ଲୁଟ୍ ଅଭିଯୋଗ ହୋଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୩.୩୦ ସମୟରେ ବନ୍ଧୁକ ଦେଖାଇ ୪ ଜର ଦୁର୍ବୃତ୍ତ ଟ୍ରକ୍ ଡ୍ରାଇଭର ସୁଦର୍ଶନ ବରିହାଙ୍କଠୁ ୬ହଜାର ଟଙ୍କା ଲୁଟିନେଇଥିବା ନେଇ ପୁଇଁନ୍ତଲା ଥାନାରେ ଅଭିଯୋଗ ହୋଇଛି । ତେବେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପିସ୍ତଲ ଓ ଆଉ ଜଣେ ଏକ ଭୁଜାଲି ଧରିଥିବା ନେଇ ଟ୍ରକ୍ ଡ୍ରାଇଭର୍ ସୂଚନା ଦେଇଛନ୍ତି । ପୁଇଁନ୍ତଲା ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡଛି । ସିଜି ୦୭ ସିଏ ୬୭୯୮ ନମ୍ବର ବିଶିଷ୍ଟ ୬ ଚକିଆ ଟ୍ରକ୍‌ଟି ବ୍ରେକ୍ ଡାଉନ୍ ଥିବା ଯୋଗୁଁ ଛୁଇବନ୍ଧ ନିକଟରେ ଥିବା ରାଇସମିଲ୍ ପାଖରେ ଅଟକି ରହିଥିଲା । ଡ୍ରାଇଭର ସୁଦର୍ଶନ ବରିହା ମେକାନିକ୍ ଡାକିବାକୁ ବାହାରୁଥିବା ବେଳେ ଘଟଣାଟି ଘଟିଥିବା ନେଇ ସୂଚନା ମିଳିଛି । ଗାଡି ମାଲିକ ପିଣ୍ଟୁ ଶର୍ମାଙ୍କ ଠାରୁ ଘଟଣା ସଂପର୍କରେ ସୂଚନା ପାଇ ଜିଲ୍ଲା ଟ୍ରକ୍ ମାଲିକ ସଂଘ ସଭାପତି ବିରେନ୍ ମିଶ୍ର ଉଦବେଗ ପ୍ରକାଶ କରିଛନ୍ତି । ପୁଇଁନ୍ତଲା ପୋଲିସ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମିଶ୍ର ଦାବୀ କରିଛନ୍ତି ।

Leave A Reply

Your email address will not be published.

18 − 6 =