ଟିଟିଲାଗଡ଼ ପୌର ପରିଷଦରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ଟିଟିଲାଗଡ଼ ବିଜେପି ଦଳ

ଟିଟିଲାଗଡ଼, (ଗୌରବ ଦରଜୀ) : ଟିଟିଲାଗଡ଼ ବିଜେପି ଦଳ ତରଫରୁ ଟିଟିଲାଗଡ଼ ପୌରପରିଷଦ କାର୍ୟ୍ୟାଳୟରେ ବିଗତ ବର୍ଷର ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟ ପାଇଁ ଆସିଥିବା ଅନୁଦାନ ପାଣ୍ଠି, ତଥା ଅସ୍ଥାୟୀ କର୍ମଚାରୀମାନଙ୍କ ନିଯୁକ୍ତି ସହ ଟିଟିଲାଗଡ଼ ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ମାନଙ୍କରେ ନିର୍ମାଣ ହୋଇଥିବା ୱେଲ କମ ଗେଟ ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିବା ସହ ଗତ ୨୦୧୪ ମସିହାରୁ ୨୦୧୯ ମସିହା ପର୍ୟ୍ୟନ୍ତ ସମସ୍ତ କାର୍ୟ୍ୟକ୍ରମର ଏକ ସୂଚନା ଅଧିକାର ଆଇନ ମାଧ୍ୟମରେ ଟିଟିଲାଗଡ଼ ପୌରପରିଷଦ ପ୍ରତିନିଧି ଗୁଲାବ ସୋନୀ ଆବେଦନ କରିଥିଲେ। ଗତ ଜୁଲାଇ ମାସ ୯ ତାରିଖରେ ଟିଟିଲାଗଡ଼ ପୌରପରିଷଦକୁ ସୂଚନା ଆଇନ ମାଧ୍ୟମରେ ବିବରଣୀ ପ୍ରଦାନ କରିବାକୁ ଆବେଦନ କରିଥିବା ବେଳେ ଦୀର୍ଘ ଦେଢ଼ ମାସ ପରେ ଟିଟିଲାଗଡ଼ ପୌର ପରିଷଦ ତରଫରୁ ସୂଚନାର ତଥ୍ୟ ପ୍ରଦାନ କରିବା ନେଇ ବିଭାଗ ତରଫରୁ ଏକ ଲକ୍ଷ ୯୫ ହଜାରରୁ ଊଦ୍ଧ୍ୱର୍ ଟଙ୍କା ଡିପୋଜିଟ କରିବା ପାଇଁ ଏକ ପତ୍ର ଦେବାରୁ ଟିଟିଲାଗଡ଼ ବିଜେପି ଦଳ ଏହାକୁ ନେଇ ଆଶ୍ଚର୍ଯ୍ୟ ହେବା ସହ ଏକ ସାମ୍ବାଦିକ ସମ୍ମିଳନୀରେ ପୌରପରିଷଦ ଦୁର୍ନୀତିକୁ ଲୁଚାଇବା ପାଇଁ ଏପରି ଷଡଯନ୍ତ୍ର କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ବିଜେପି ନଗର ସଂଯୋଜକ ସଂଜୀବ ତ୍ରିପାଠୀ କହିଛନ୍ତି । ଏମିତିକି ଘଟଣାର ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି । ଟିଟିଲାଗଡ଼ ପୌରପରିଷଦରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ବିଜେପି ଅଭିଯୋଗ କରିଛି । ମହାରାଜ ସାଗର ଓ ଦେଓ ବନ୍ଧର ପୁନଃ ଉଦ୍ଧାର କାର୍ୟ୍ୟରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି । ତେବେ ଗୁଲାବ ସୋନୀ ତେର ଗୋଟି ମୁଖ୍ୟ ପ୍ରସଙ୍ଗ ନେଇ ସୂଚନା ମାଗିଥିବା ବେଳେ ଉପରୋକ୍ତ ତେର ଗୋଟି ପ୍ରସଙ୍ଗ ମଧ୍ୟରୁ ଅନେକ ବିଷୟ ପ୍ରଶ୍ନ ମାଧ୍ୟମରେ ରହିଥିବା ବିଜେପି ଅଭିଯୋଗ କରିଛି । ସୂଚନା ଆଇନ ବଳରେ ମଗା ଯାଇଥିବା ତଥ୍ୟ ଶହେ ପୃଷ୍ଠାରୁ ବି କମ ହୋଇଥିବା ବେଳେ ୧.୯୫ ହଜାର ଟଙ୍କା ଜମା କରିବାକୁ କହିବାକୁ ନେଇ ବିଜେପି ଦଳ ପୌରପରିଷଦର କାର୍ୟ୍ୟପନ୍ଥା ଉପରେ ପ୍ରଶ୍ନ କରିଛି । ଅନ୍ୟ ମାନଙ୍କ ମଧ୍ୟରେ ପ୍ରତୀକ ମହାପାତ୍ର ଟିଟିଲାଗଡ଼ ବିଜେପି ଯୁବ ନଗର ସଭାପତି. ସଂଜୀବ ବେହେରା ଉପସଭାପତି ସହ ଅନେକ ଦଳୀୟ କର୍ମୀ ତଥା ଦଳୀୟ ନେତା ଉପସ୍ଥିତ ଥିଲେ । ଏହି ସାମ୍ବାଦିକ ସମ୍ମିଳନୀ ଟିଟିଲାଗଡ଼ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳାରେ ସାଂସଦଙ୍କ ପ୍ରତିନିଧି ଗୁଲାବ ସୋନୀ ଆୟୋଜନ କରିଥିବା ବେଳେ ନଗର ସଂଯୋଜକ ସଂଜୀବ ତ୍ରିପାଠୀ ପରିଚାଳନା କରିଥିଲେ ।

Leave A Reply

Your email address will not be published.