csstore

ବରଗଡ଼ରେ ଭାଜପା ରାଜ୍ୟ ସଭାପତି

ବରଗଡ଼, (ସତ୍ୟନାରାୟଣ ପଧାନ) : ଭାଜପା.ର କେନ୍ଦ୍ରୀୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଦଳକୁ ମଜଭୁତ କରିବା କୁ ହେଲେ ତୃଣମୂଳ ସ୍ତରରୁ ପୁଣି ଥରେ ସଜାଡିବାକୁ ହେବ ବୋଲି କହିବା ପରେ ରାଜ୍ୟ ସଭାପତି ସମୀର ମହାନ୍ତି ବରଗଡ଼ ଜିଲ୍ଲା ଗସ୍ତ କରି କର୍ମକର୍ତ୍ତାଙ୍କୁ ତୃଣମୂଳ ସ୍ତରରୁ କାର୍ୟ୍ୟ ଆରମ୍ଭ କରିବାକୁ ଆହ୍ବାନ କରିଛନ୍ତି । ଗତକାଲି ଭାଜପା.ର ନିଜସ୍ଵ କାର୍ୟ୍ୟ।ଳୟରେ ଆୟୋଜିତ ସମର୍ଦ୍ଧନା ସଭାରେ ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁରେଶ୍ଵର ଶତପଥୀ, କୃପା ସାହୁ, ପ୍ରୀତମ ସିଂ, ଅରୂପା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.