pakka

ବଲାଙ୍ଗିରରେ ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ମୀନା ଟେଣ୍ଟହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦ୍‌ବୋଧନ ଦେଇ ବିଜେଡିର କର୍ମକର୍ତ୍ତା ମାନଙ୍କୁ ଜନସାଧାରଣଙ୍କ ପାଖକୁ ଯାଇ ଆମ ସରକାରଙ୍କ ସମସ୍ତ ଯୋଜନା ବିଷୟରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜିର ଏହି ଉତ୍ସବରେ ବଲାଙ୍ଗିର ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ମୁଖ୍ୟଅତିଥି ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲା ଯୁବ ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା ସଭାପତିତ୍ୱ କରିଥିଲେ । ଏହି ଅବସରରେ ବିଜୁ ଜନତା ଦଳର ପ୍ରଥମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟ ଅତିଥି ଅର୍କେଶ ନାରାୟଣ ସିଂହଦେଓ ଏବଂ ତାଙ୍କ ଅଭିଭାଷଣରେ ବଲାଙ୍ଗିରର ଯୁବ ସଶକ୍ତିକରଣ ଓ ନିଯୁକ୍ତିକୁ ପ୍ରାଧାନ୍ୟ ଦେବା ପାଇଁ ରାଜ୍ୟସରକାର ଚେଷ୍ଟିତ ରହିବେ ବୋଲି ଏହି ଉତ୍ସବ ମାଧ୍ୟମରେ ଅନୁରୋଧ କରିଥିବା ବେଳେ ଆଗାମୀ ଦିନରେ ବଲାଙ୍ଗିର ବିଜେଡିର ନେତୃବୃନ୍ଦ ସରକାରଙ୍କ ବିଭିନ୍ନ କାର୍ଯ୍ୟ ଅନୁଯାୟୀ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବେ ବୋଲି ଆଶାବ୍ୟକ୍ତ କରିଥିଲେ । ଏହି ସଭାରେ ବିଜେଡିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି, ସାଧାରଣ ସଂପାଦକ କୈଳାଶ ଚନ୍ଦ୍ର ମହାନ୍ତି, ଓମକାର ନାୟକ, ଭଗବାନ ବଗର୍ତ୍ତି, ସନ୍ତୋଷିନୀ ବେହେରା, ଲିପିଶ୍ରୀ ସାଏ, ପ୍ରଦ୍ୟୁମ୍ନ ହୋତା, କୁଲମଣି ମେହେର, ଜୟରାମ ମିଶ୍ର, ଶମ୍ଭୁ ନାଗ, ସତ୍ୟ ଭୋଇ, ଦମୟନ୍ତି ବାଗ ପ୍ରମୁଖ ତାଙ୍କର ବକ୍ତବ୍ୟ ରଖିଥିବା ବେଳେ ବଲାଙ୍ଗିର ଜିଲ୍ଲା ଓଡିଶା ମୋ ପରିବାରର ସଂଯୋଜକ ସାଗର ସଂଗମ ଶତପଥୀ ଧନ୍ୟବାଦ ଦେଇଥିଲେ ।

jay balangir
Leave A Reply

Your email address will not be published.

9 − 8 =