pakka

ପାଟଣାଗଡ଼ ପୌର ନିର୍ବାଚନରେ ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ ମାନସୀ ବିଶ୍ଵାଳଙ୍କ ସହ ୧୫ଟି ୱ।ର୍ଡରୁ ୧୪ଟି ୱାର୍ଡରେ ବିଜେଡି କାଉନସିଲର, ଜଣେ ସ୍ଵାଧିନ ପ୍ରାର୍ଥୀ ବିଜୟୀ, ବିଜେପି, କଂଗ୍ରେସ ଶୂନ୍ୟ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ପୌର ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ନବୀନ ପଟ୍ଟନାୟକଙ୍କ ଜନହିତକର ବିକାଶ ଧାରା ଓ ବିଧାୟକ ସରୋଜ ମେହେରଙ୍କ କଠୋର ପରିଶ୍ରମ କରି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ଐତିହାସିକ ବିଜୟ ସଫଳ ହୋଇଛନ୍ତି । ଦୀର୍ଘ ବର୍ଷ ପରେ ପୌର ପରିଷଦ ଅଧ୍ୟକ୍ଷା ପଦବୀ ବିଜେଡି ଅକ୍ତିଆର କରିଛି । ପାଟଣାଗଡ଼ ପୌର ପରିଷଦ ଅଧ୍ୟକ୍ଷା ପ୍ରାର୍ଥିନୀ ମାନସୀ ବିଶ୍ଵାଳ ମୋଟ ୬୬୩୭ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ବୁଡୁ ଶବର ୩୫୭୧ ପାଇଥିଲେ । ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ ମାନସୀ ବିଶ୍ଵାଳ ୩୦୬୬ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେହିପରି ପାଟଣାଗଡ଼ର ୧୫ଟି ୱାର୍ଡ ମଧ୍ୟରୁ ୧୪ଟି ୱାର୍ଡରେ ବିଜେଡି କାଉନସିଲର ୱାର୍ଡ ନଂ ୧ରୁ ହେମମତୀ ମେହେର ୧୮୦ ଖଣ୍ଡ ଭୋଟ, ନଂ ୨ ରୀତା ମେହେର୧୯୦ ଖଣ୍ଡ, ନଂ ୩ ସୁଜିତ ମେହେର ୩୯୧ ଖଣ୍ଡ, ନଂ ୪ ଉଷାରାହା ୧୪୭ ଖଣ୍ଡ, ନଂ ୫ ଶ୍ରୀରାମ ଦଲେଇ, ନଂ ୬ ଭାରତୀ ଯୁଗଳ ୪୭ଖଣ୍ଡ, ନଂ ୭ ରୁନାମହାନନ୍ଦ ୫୧, ନଂ ୮ ସୁରେନ୍ଦ୍ର ସା ୩୨ ଖଣ୍ଡ, ନଂ ୯ ପ୍ରଫୁଲ୍ଲ ମେହେର ୨୨୪ ଖଣ୍ଡ, ନଂ ୧୦ କେଶରୀ ମେହେର ୪୨ ଖଣ୍ଡ, ନଂ ୧୧ କଲ୍ୟାଣି ମେହେର ୨୭୬ ଖଣ୍ଡ, ନଂ ୧୨ କନକଲତା ମେହେର ୨୦୦ ଖଣ୍ଡ, ନଂ ୧୩ ସ୍ଵାଧୀନ କାଉନସିଲର ପ୍ରାର୍ଥିନୀ ରୁନୁ କୁମ୍ଭାର ୫୪ ଖଣ୍ଡ, ନଂ ୧୪ ଲୋଚନ ଭୂଏ ୧୮୦, ନଂ ୧୫ ମୁକୁନ୍ଦ ମେହେର ୯୫ ଖଣ୍ଡ ଭୋଟରେ ବିଜୟୀ ହାସଲ କରିଥିବା ବେଳେ ୱାର୍ଡ ନଂ ୧୩ରୁ ସ୍ଵାଧୀନ କାଉନସିଲର ପ୍ରାର୍ଥିନୀ ରୁନୁ କୁମ୍ଭାର ବିଜୟୀ ହୋଇଛନ୍ତି । ଏଥର ପାଟଣାଗଡ଼ ପୌର ନିର୍ବାଚନରେ ବିଜେପି ଓ କଂଗ୍ରେସ ଖାତା ଖୋଲି ପାରିନାହିଁ ।

jay balangir
Leave A Reply

Your email address will not be published.

1 × 2 =