csstore

ବିଜେଡିରେ ସାମିଲ ହେଲେ ୩୯ ଜଣ ଯୁବକ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ୩୧ ନମ୍ବର ଜୋନରେ ରିତାଞ୍ଜଳୀ ହାତୀ ବିଜେଡି ଟିକେଟ ମିଳିବା ପରେ ଶିଶକେଲା ପଞ୍ଚାୟତର ଠାରେ ବିଜୁ ଜନତା ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଜେଡି ଜିଲ୍ଲା ସମ୍ପାଦକ ଡୋଳାମଣୀ ଥପା, ମନ୍ତ୍ରୀଙ୍କ ପ୍ରତିନିଧି ରାଜେଶ ବେହେରା, ବିଜେଡି ନେତା ଅଖିଳ ରଣା, ପବିତ୍ର ସାହୁ ଓ ଜୟ ସିଂ ରଣାଙ୍କ ଉପସ୍ଥିତରେ ଘଣ୍ଟବାହାଲି, ଜାମତରା, ସିଂ ବାହାଲି, ଭୁଏରପଡାର ଗାଁର ୩୯ ଜଣ ଯୁବକ ବିଜେଡି ଦଳରେ ଯୋଗଦାନ କରିଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ବିକାଶରେ ଅନୁପ୍ରାଣିତ ହୋଇ ଏଥିରେ ମନୋଜ ସାହୁ, ଗୌରାଙ୍ଗ ସାହୁ, ଚିନ୍ତାମଣି ନାଗ, ଭକ୍ତ ସାହୁ, ପବିତ୍ର ବେହେରା, ଶେଷ ଦେବ ଭୋଇ, ତୁଳସୀ ରଣା, ରାଧକାନ୍ତ ରଣା, ହରିଚରଣ ଗହୀର, ଭୁବନ ପ୍ରଧାନ, ଭୋଟ ରଣା, ଶରତ ରଣା, ଗୋବିନ୍ଦ ସାହୁ, ସୁବଳ ନାଗ ଓ ଗଣେଶ ପ୍ରଧାନ ବିଜେଡି ଦଳରେ ସାମିଲ ହୋଇଛନ୍ତି ।

jayashree
Leave A Reply

Your email address will not be published.