csstore

ସାହାଜପାଣି ସରପଞ୍ଚ ତଥା ବିଶିଷ୍ଟ ବିଜେପି ନେତା ଦଳ ଛାଡି ବିଜେଡିରେ ଯୋଗଦେଲେ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲ ବ୍ଳକ ସାହାଜପାଣି ପଞ୍ଚାୟତ ସରପଞ୍ଚ ତଥା ବିଶିଷ୍ଟ ବିଜେପି ନେତା ପ୍ରଫୁଲ୍ଲ ମାଝୀଙ୍କ ସମେତ ବିଜେପିର ଅନ୍ୟ କର୍ମୀ ମାନେ ବିଧାୟକ ସରୋଜ ମେହେରଙ୍କ ତତ୍ୱଅବଦାନରେ ଖପ୍ରାଖୋଲ ବ୍ଲକ ସହଜପାଣି ପଞ୍ଚାୟତର ସକ୍ରିୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିଜେପି ଦଳ ଛାଡି ବିଜେଡି ଦଳରେ ଯୋଗଦାନ କରିଛନ୍ତି । ଏହି ବୈଠକରେ ଆଗାମୀ ତ୍ରିସ୍ତରୀୟ ନିର୍ବାଚନର କାର୍ଯ୍ୟପନ୍ଥା ଓ ସଂଗଠନ ବିଷୟରେ ଆଲୋଚନା ହୋଇଥିଲା । ବିଧାୟକ ଶ୍ରୀ ମେହେର ଉପସ୍ଥିତ କର୍ମୀ ମାନଙ୍କୁ ସଂଯମତା ରକ୍ଷାକରି ଦଳର କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସାଙ୍ଗକୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଉଦ୍ୟମ ଲୋଡା ବୋଲି କହିଥିଲେ । ଆଜିର କାର୍ଯ୍ୟକ୍ରମରେ ବହୁ ଦଳୀୟ ନେତା ମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.