csstore

ବିଧାୟକ ସରୋଜଙ୍କ କାର୍ଯ୍ୟଦକ୍ଷତା ପ୍ରତି ଆକର୍ଷିତ ହୋଇ ଅନ୍ୟଦଳ ଛାଡି ୮୧ ଜଣ ବିଜେଡିରେ ଯୋଗଦାନ କଲେ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ବିଧାୟକ ସରୋଜ କୁମାର ମେହେରଙ୍କ ଲୋକ ପ୍ରିୟତା ବଢ଼ିବାରେ ଲାଗିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଉପସ୍ଥିତିରେ ପାଟଣାଗଡ଼ ବ୍ଳକ କେରବେଡା ପଞ୍ଚାୟତର ୮୧ ଜଣ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେଡି ଦଳରେ ଯୋଗଦାନ କରିଛନ୍ତି । ଆୟୋଜିତ ମିଶ୍ରଣ ପର୍ବରେ ବିଧାୟକ ଶ୍ରୀ ମେହେର ବିଜେଡି ଦଳରେ ସାମିଲ ହୋଇଥିବା କର୍ମୀମାନଙ୍କୁ ଉତ୍ସାହିତ କରିଥିବା ବେଳେ ଆମେ ଦଳରେ ସାମିଲ ହୋଇ ଆମ ପ୍ରିୟ ବିଧାୟକ ଭାବେ ଗଢି ତୋଳିବା ପାଇଁ ଦଳର ତୃଣମୂଳ ସ୍ତରରେ ସଚ୍ଚୋଟତା ଭାବରେ ଦାୟିତ୍ଵ ତୁଲାଇବା ସହ କାମ କରିବାକୁ ଇଚ୍ଛୁକ ବୋଲି ନୂତନ ଭାବେ ଦଳରେ ସାମିଲ ହୋଇଥିବା କର୍ମୀମାନେ ପ୍ରକାଶ କରିଛନ୍ତି । ଅନୁଷ୍ଠିତ ସଭାରେ ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ସଂଗଠନ କିପରି ମଜଭୁତ ହୋଇ ପଞ୍ଚାୟତ ନିର୍ବାଚନରେ ସମସ୍ତ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ସେ ନେଇ ଆଲୋଚନା କରାଯାଇଥିଲା । ଏଥିରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମକର୍ତ୍ତାଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.