ଯୁବ ବ୍ୟବସାୟୀଙ୍କ ଅକାଳ ବିୟୋଗ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ନିକଟସ୍ଥ ଅର୍ଜୁନପୁର ନିବାସୀ ମୃଗରାଜ୍ ସାହୁଙ୍କ ଦ୍ୱିତୀୟ ପୁତ୍ର ଉଗ୍ରେସନ ସାହୁ (ସୂର୍ଯ୍ୟ)ଙ୍କ ତା.୦୯.୧୧.୨୦୨୨ରିଖ ବୁଧବାର ଦିନ ହଠାତ୍ ହୃଦଘାତ୍ ହେବାରୁ ତାଙ୍କର ଅକାଳ ବିୟୋଗ ହୋଇଯାଇଛି । ଏ ଖବର ପ୍ରସାରିତ ହେବାପରେ ଅର୍ଜୁନପୁର ତଥା ଆଖପାଖ ଗାଁରେ ଶୋକର ଛାୟା ଖେଳି ଯାଇଛି । ଗ୍ରାମ ଶ୍ମଶାନରେ ତାଙ୍କର ଶବ ସତ୍କାର କରାଯାଇଥିଲା । ପୁତ୍ର ବିବେକ ସାହୁ ମୁଖାଗ୍ନି ଦେଇଥିଲେ । ଶବାଧାରରେ ବାବାଜୀ ସାହୁ, ମହେନ୍ଦ୍ର ସାହୁ, ରୋହିତ ସାହୁ, ଦୁର୍ବାଦଳ ସାହୁ, ଭୁବନ୍ ସାହୁ, ଅଭି ସାହୁ, ରାଜେଶ ସାହୁ, ଲିପୁନ୍ ସାହୁ, ଲିକନ୍ ସାହୁ, ରାକେଶ ସାହୁ ସହ ପରିବାର ବନ୍ଧୁବର୍ଗ ଓ ଅଞ୍ଚଳର ଶତାଧିକ ଲୋକ ସାମିଲ ହୋଇଥିଲେ ।

Leave A Reply

Your email address will not be published.