pakka

ଆଦର୍ଶ ଶିକ୍ଷକ ସନ୍ତୋଷ ଦାଶଙ୍କ ବିୟୋଗ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ମଧ୍ୟାହ୍ନରେ ଭୁବନେଶ୍ୱର ସ୍ଥିତ ଏକ ଡାକ୍ତରଖାନାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓଡ଼ିଆ ବିଭାଗର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ଦାଶଙ୍କ ବିୟୋଗ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ବରଗଡ଼ ସହରରେ ପ୍ରଚାର ହେବା ପରେ ଶୋକର ଛାୟା ଖେଳିଯାଇଛି । ସେ ଏକ ନିଷ୍ଠାବାନ ଓ ଛାତ୍ର ବତ୍ସଳ ଶିକ୍ଷକ ଥିଲେ । ସେ ଓଡ଼ିଶାର ଅନେକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜୀବନ ନିଃସ୍ୱାର୍ଥପର ଭାବେ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରି ଅନେକ ରାଷ୍ଟ୍ରଭକ୍ତ ଛାତ୍ରଛାତ୍ରୀ ନିର୍ମାଣ କରିଛନ୍ତି । ସରସ୍ୱତୀ ଶିଶୁ ମନ୍ଦିର ଯୋଜନାକୁ ଜିଲ୍ଲା କେନ୍ଦ୍ର ବିଦ୍ୟାଳୟରେ ରହି ନେତୃତ୍ୱ ନେଉଥିଲେ । ତାଙ୍କ ବିୟୋଗ ଶିକ୍ଷା ଜଗତ ପାଇଁ ଅପୁରଣୀୟ କ୍ଷତି । ଏହି ଦୁଃଖଦ ସମୟରେ ତାଙ୍କ ପରିବାର ଜନଙ୍କୁ ଭଗବାନ ସହାୟ ହୁଅନ୍ତୁ । ତାଙ୍କ ବିୟୋଗରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।

jay balangir
Leave A Reply

Your email address will not be published.

fifteen − 13 =

error: Content is protected !!