pakka

ସାମ୍ବାଦିକ ଶିବଶଙ୍କର ବିଶ୍ୱାଳଙ୍କ ପିତୃ ବିୟୋଗ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଗନିଆଁପାଲି ନିବାସୀ ଚାଷୀ ତଥା ସାମ୍ବାଦିକ ଶିବଶଙ୍କର ବିଶ୍ଵାଳଙ୍କ ପିତା ଆଦିକନ୍ଦ ବିଶ୍ଵାଳଙ୍କ ୭୨ ବର୍ଷ ବୟସରେ ଶନିବାର ସକାଳ ସମୟରେ ଗନିଆଁପାଲି ବାସଭବନରେ ମୃତ୍ୟୁ ଘଟିଛି । ସେ ଜଣେ ଏକାଧାରରେ ଭଲ ଚାଷୀ, ମିଷ୍ଠଭାଷୀ ତଥା ପରୋପକାରୀ ମଣିଷ ଥିଲେ ତାଙ୍କ ଅନ୍ତେ ତାଙ୍କ ପୁଅ ସାମ୍ବାଦିକ ଶିବଶଙ୍କର ବିଶ୍ବାଳ, ସ୍ତ୍ରୀ ମଲ୍ଲିଫୁଲ ବିଶ୍ବାଳ, ବୋହୁ, ନାତି ନାତୁଣୀଙ୍କୁ ଛାଡି ଯାଇଛନ୍ତି । ତାଙ୍କ ମୃତ୍ୟୁ ଖବର ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ସ୍ଥାନୀୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ଅନୁଷ୍ଠିତ ହୋଇଥିଲା । ତାଙ୍କ ଏକମାତ୍ର ପୁତ୍ର ଶିବଶଙ୍କର ବିଶ୍ୱାଳ ମୁଖାଗ୍ନି ଦେଇଥିଲେ ।

jay balangir
Leave A Reply

Your email address will not be published.

1 × 1 =

error: Content is protected !!