jsm

ଜୁନାଗଡ ହାଇସ୍କୁଲରେ ପୁରସ୍କାର ବିତରଣୀ ଅନୁଷ୍ଠିତ

csstore

କଳାହାଣ୍ଡି, (କେପିଏନ୍‌ଏସ୍‌) : ଜୁନାଗଡ ସ୍ଥିତ ସରକାରୀ ହାଇସ୍କୁଲର ବାର୍ଷିକ କ୍ରୀଡା ଅବସରରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେପାଲ ଚନ୍ଦ୍ର ବାଗ ଅଧ୍ୟକ୍ଷତା କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ବିଦ୍ୟାଳୟର ପୁରାତନ ଛାତ୍ର ଦୁର୍ଗା ପ୍ରସାଦ ନାଏକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଦୃଢ଼ ଆତ୍ମ ବିଶ୍ୱାସ ହିଁ ଆଗକୁ ନେଇଥାଏ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରୁପାକ୍ଷ ନାଏକ, କାଉନସିଲର ହିମାଦ୍ରୀ ସିନ୍ଦୁର, ବରିଷ୍ଠ ଶିକ୍ଷକ ସୁଧିର କୁମାର ବେହେରା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ବରିଷ୍ଠ ବାଳକ/ବାଳିକା ବିଭାଗରେ କୁଜିତ ପଟେଲ ଓ ମିଲି ଦାସ, କନିଷ୍ଠ ବାଳକ/ବାଳିକା ବିଭାଗରେ ପୁରଞ୍ଜନ ଭଣ୍ଡାରଘରିଆ, ଅଞ୍ଜଳି ଦଣ୍ଡସେନା, ଉପକନିଷ୍ଠ ବାଳକ/ବାଳିକା ବିଭାଗରେ ଯଥାକ୍ରମେ ଯୋଗେଶ୍ୱର ମାଝି ଓ ଦୀପିକା ନାଏକ ଚମ୍ପିଆନ ହୋଇଥିଲେ । ଏହି ଅବସରରେ ଚଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ର ଅବିନାଶ ଶୁକ୍ଳଙ୍କୁ ନଗଦ ୧୦ ହଜାର ଟଙ୍କା ପୁରସ୍କାର ସହିତ ସମ୍ବର୍ଦ୍ଧନା ଦିଆଗଲା । ଏଠାରେ ସ୍ମରଣୀୟ କି ଉକ୍ତ ମେଧାବୀ ପୁରସ୍କାରଟି ଦୁର୍ଗା ପ୍ରସାଦ ନାଏକ ୨୦୧୮ ମସିହାରୁ ପ୍ରତିବର୍ଷ ଦେଇଆସୁଛନ୍ତି । ଶିକ୍ଷକ ସଂଜୀବ କୁମାର ପଣ୍ଡା ସଂଯୋଜନା କରିଥିବା ବେଳେ ଶିକ୍ଷକ ବିଭୁଭୂଷଣ ପଣ୍ଡା ଧନ୍ୟବାଦ ଦେଇଥିଲେ । ପୁରସ୍କାର ପ୍ରଦାନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.