csstore

ଆର୍ଯ୍ୟ କୂଳମ ନୃସିଂହନାଥ ଆନୁକୂଲ୍ୟରେ ୩ ଦିନିଆ ବୈଦିକ ବିଶ୍ୱଶାନ୍ତି ମହାଯଜ୍ଞ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାବ୍ୟତାର ସହିତ ମେ ୧୦ରୁ ମେ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଅନେକ ଶାସ୍ତ୍ରର ଜ୍ଞାତା ବାସୁଦେବ ବ୍ରତୀଜୀଙ୍କ ବ୍ରହ୍ମତ୍ୱରେ ଯଜ୍ଞ ସମ୍ପାଦନା ହୋଇଥିବା ବେଳେ ପଣ୍ଡିତ ହରିଶ୍ଚନ୍ଦ୍ର, ପଣ୍ଡିତ ସନ୍ତୋଷ, ବାନପ୍ରସ୍ତି ଚୈତନ୍ୟ ମୁନି, ଆର୍ଯ୍ୟଶ୍ରୀ ବୈଶାଖୁ ସେଠ ଆଦି ଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ । ଯଜ୍ଞ ପ୍ରସାଦ ନିର୍ମାଣରେ ରାମଚନ୍ଦ୍ର ଷାଣ୍ଢଙ୍କ ପ୍ରମୁଖ ଭୂମିକା ଥିବାବେଳେ ଭକ୍ତ ସଚ୍ଚିଦାନନ୍ଦ ଓ ଫଗନୁ ବରିହା ଆଦି ସହାୟତାରେ ତିନି ଦିନର ସ୍ୱାଦିଷ୍ଟ ପ୍ରସାଦ ନିର୍ମାଣ କରି ଭକ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ । ପାନୀୟ ଜଳ ପ୍ରଦାନ କରିବାରେ କରମୁ ବିଶ୍ୱାଳ ସହଯୋଗ କରଥିବା ବେଳେ ଯଜ୍ଞ ମଣ୍ଡପକୁ ଖୁବ ସୁନ୍ଦର ଭାବରେ ଦିଲ୍ଲୀପ ବିଶ୍ୱାଳ ଏବଂ ସାଥିଙ୍କ ଦ୍ୱାରା ସଜାଇ ଆକର୍ଷଣୀୟ କରିଥିଲେ । ପଣ୍ଡିତ ଚନ୍ଦ୍ରପ୍ରକାଶ, ବଜରଙ୍ଗଦଳର ସଂଗଠକ ତଥା ସମାଜସେବୀ ଓମପ୍ରକାଶ ସାହୁ, ବିଶ୍ୱନାଥ ପଟେଲ, ଶାନ୍ତିଲାଲ ସାହୁ, ଭରତ ସାହୁ, ଲଳିତ ପ୍ରଧାନ, ମହେନ୍ଦ୍ର ବନଛୋର, କେଦାର ପ୍ରଧାନ, ବିନୋଦ ରଣା, ଅରୁଣ ପାଣ୍ଡେ ଏବଂ ଈଶ୍ୱର ସାହା ଆଦି ସମସ୍ତ ପ୍ରକାର ସହୟୋଗ କରି ଶ୍ରେଷ୍ଠକର୍ମ ବୈଦିକ ଯଜ୍ଞକୁ ସଫଳ କରାଇଥିଲେ । ଅନେକ ସାଧୁ ସନ୍ଥ ଭକ୍ତ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଯଜ୍ଞ କମିଟି ତରଫରୁ ରାମକୁମାର ଗୁପ୍ତା, କୋକିଳ ସାହୁ, ପିତାମ୍ବର ସାହୁ ଓ ନବୀନ କିଶୋର ସାହୁ ଯଜ୍ଞ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.