ls

ବି‌ଶ୍ୱ ବିଜୟିନୀ ହୋଇଛନ୍ତି ବି‌ଶ୍ୱ ବିଜୟିନୀ ମିଶ୍ର

2020

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ) : ବିଶ୍ବର କୁନି ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହେଲେ ସୋନପୁର ସହରର ବି‌ଶ୍ୱ ବିଜୟିନୀ ମିଶ୍ର । ଗ୍ଲୋବାଲ ବିୟୁଟି ଇଣ୍ଟରନ୍ୟାସନାଲ ଅରଗାନାଇଜେସନ ପକ୍ଷରୁ ଅନଲାଇନ ପ୍ରତିଯୋଗିତାରେ ସେ ବି‌ଶ୍ୱର କୁନି ସୁନ୍ଦରୀ ଭାବେ ବିଜୟୀ ହୋଇଛନ୍ତି । ସୁବର୍ଣ୍ଣପୁର ସହରର ତୃଷ୍ଣା ଓ ତରୁଣ ମିଶ୍ରଙ୍କ ୧୧ ବର୍ଷୀୟ ବାଳିକା । ଆନ୍ତର୍ଜାତିକ କୁନି ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହେବା ପରେ ସ୍ଥାନୀୟ ପ୍ରୋଗ୍ରେସ ଇନ୍ ସମ୍ମିଳନୀ କକ୍ଷରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବି‌ଶ୍ୱ ବିଜୟିନୀଙ୍କୁ ସମ୍ମାନିତ କରାଯାଇଛି । ଓଡ଼ିଆ ଚଳଚିତ୍ର ଜଗତର ବରିଷ୍ଠ କଳାକାର ଅଟଳ ବିହାରୀ ପଣ୍ଡା ଏହି ସଭାରେ ଯୋଗ ଦେଇ ବି‌ଶ୍ୱ ବିଜୟିନୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ଏହି ପ୍ରତିଯୋଗିତାରେ ବି‌ଶ୍ୱ ବିଜୟିନୀଙ୍କ ମଡେଲ, ରାମ୍ପ ଫଟୋ ଓ ଭିଡିଓ ଅନଲାଇନରେ ଦିଆଯାଇଥିଲା । ସେଥିରେ ସେ ଗ୍ଲୋବାଲ ବିୟୁଟି ଇଣ୍ଟରନ୍ୟାସନାଲ ଅରଗାନାଇଜେସନ ପକ୍ଷରୁ ଅନଲାଇନ ପ୍ରତିଯୋଗିତାରେ ସେ ବି‌ଶ୍ୱର କୁନି ସୁନ୍ଦରୀ ଭାବେ ବିଜୟୀ ହୋଇଛନ୍ତି । ଆସନ୍ତା ଜୁଲାଇ ମାସରେ ନେପାଳରେ ହେବାକୁ ଥିବା ବି‌ଶ୍ୱ କୁନି ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି ।

Leave A Reply

Your email address will not be published.