oom

ମୋ ସ୍କୁଲ ଅଭିଯାନରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଜି.ପି ହାଇସ୍କୁଲରେ ଆଜି ମୋ ସ୍କୁଲ ଅଭିଯାନରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରୁଣ କୁମାର ବାରିକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟୀର ସଭାପତି ଦୁର୍ଦ୍ଦକ୍ଷ ହଂସ, ସମ୍ମାନୀୟ ଅତିଥି ଭାବେ କଣ୍ଟାବାଞ୍ଜି ମହିଳା ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ଯୁଧିଷ୍ଠିର ବେହେରା, ପୂର୍ବତନ ସମିତି ସଭ୍ୟ ଅନୀଲ ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମୋ ସ୍କୁଲ ଅଭିଯାନରେ ସାମିଲ କରାଯାଇ ଏହି ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ହୋଇଥିବା ଜଣାପଡିଛି । ଏଥିରେ ଶିକ୍ଷକ ଶିବରାମ ସ୍ୱାଇଁ, କିରଣ କୁମାର ପ୍ରଧାନ, ବରୁଣ କୁମାର ବାରିକ, ନିଳମଣୀ ବିଶି, ଯୋଗିଚନ୍ଦ୍ର ବିଶି, ବୃନ୍ଦାବନ ବେହେରା, ଦୀପକ ବେହେରା, ହୃଦା ମହାନନ୍ଦ, ଦେବଦତ୍ତ ସାହୁ ପ୍ରମୁଖଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.