ବିଶୁଦ୍ଧ ପାଣି ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଖୁରିପାଣି ଗ୍ରାମବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ପଞ୍ଚାୟତ ଅନ୍ତର୍ଗତ ଖୁରିପାଣି ଗ୍ରାମବାସୀ ମାନେ ଆଜି ବିଶୁଦ୍ଧ ପାଣି ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦୀର୍ଘ ଦିନ ଧରି ଗ୍ରାମବାସୀ ମାନେ ଦୂଷିତ ଜଳ ବ୍ୟବହାର କରୁଥିବାରୁ କିଡ଼ନୀ ରୋଗ ବ୍ୟାପୁ ଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ ଅନେକ ଥର ସ୍ଥାନୀୟ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ଏଯାଏଁ ଗ୍ରାମକୁ ବିଶୁଦ୍ଧ ପାଣି ଟିକିଏ ଆସିନାହିଁ । ତେବେ ଏହି ଅସୁବିଧାକୁ ଗ୍ରାମବାସୀ ହୃଦୟଙ୍ଗମ କରି ଉତ୍ୟକ୍ତ ହୋଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଯଦି ଆଗାମୀ ଦିନରେ ମଧ୍ୟ ଏହି ସମସ୍ୟାର ସମାଧାନ ନହୁଏ ତାହେଲେ ଭୋଟ ବର୍ଜନ କରିବା ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି ।

jittmm
Leave A Reply

Your email address will not be published.