pakka

ସୋଲାର ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟକୁ ବିରୋଧ : ଜିଲ୍ଲା କନ୍ଦ ସମାଜ ଯୁବ ସଂଗଠନର ଆନ୍ଦୋଳନ ଓ ଧାରଣା 

bbehera
  • ୨ ଜଣ ଏସଡିପିଓ, ୨ ଜଣ ମାଜିଷ୍ଟ୍ରେଟଙ୍କ ସହ ୫ ଜଣ ଆଇଆଇସି ଓ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ 

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ଡୁଙ୍ଗୁରିପାଲି ପଞ୍ଚାୟତରେ ଥିବା ଗୋଚର ଓ ପତ୍ରା ଜଙ୍ଗଲ ଜମିରେ ଏକ ଘରୋଇ କମ୍ପାନୀ ଆଦିତ୍ୟ ବିଲ୍ଲା ସୋଲାର ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟକୁ ନେଇ ଗ୍ରାମବାସୀ ତରଫରୁ ତୀବ୍ର ବିରୋଧ କରାଯାଇଛି । ଏ ନେଇ ଗ୍ରାମବାସୀ ଦୀର୍ଘ ୧ ମାସ ଧରି ବଡ଼ଡୁଙ୍ଗୁରି ଛକଠାରେ ଅଞ୍ଚଳବାସୀ ତରଫରୁ ଧାରଣାରେ ବସିବା ସହ ସୋଲାର ପ୍ଲାଣ୍ଟ ହାଏ ହାଏ ବୋଲି ନାରାବାଜି ସହ ଆନ୍ଦୋଳନ ଜାରି ରହିଥିଲା । ଏହାପରେ ଘଟଣାସ୍ଥଳକୁ ପ୍ରଶାସନ ଓ ପୋଲିସ ପହଞ୍ଚି ଉପସ୍ଥିତିରେ ସୋଲାର ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ସୋଲାର ପ୍ଲାଣ୍ଟ କାର୍ଯ୍ୟକୁ ବିରୋଧ କରି ଭଙ୍ଗାରୁଜା କରିଥିବା ଅଭିଯୋଗରେ ପୋଲିସ ୨ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଘଟଣାକୁ ବିରୋଧ କରି ଆଜି ଶୁକ୍ରବାର ଜିଲ୍ଲା କନ୍ଦ ସମାଜ ଯୁବ ସଂଗଠନ ସଭାପତି ସୁରେଶ ଭୋଇଙ୍କ ନେତୃତ୍ୱରେ ଡୁଙ୍ଗୁରିପାଲି ଗାଁରୁ ଏକ ଶୋଭାଯାତ୍ରା ବାହାରି ସୋଲାର ପ୍ଲାଣ୍ଟ ସ୍ଥଳକୁ ପହଂଚି ନିର୍ମାଣ କାର୍ଯ୍ୟକୁ ତୀବ୍ର ବିରୋଧ କରି ନାରାବାଜି ଦେଇ ଧାରଣାରେ ବସିଥିଲେ । ଏହି ଆନ୍ଦୋଳନ ସ୍ଥଳରେ ବଲାଙ୍ଗିର ଏସଡିପିଓ ତୋଫାନ ବାଗ, ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ରନାଥ ଶତପଥି ସହ ୨ ଜଣ ମାଜିଷ୍ଟ୍ରେଟ ଭାବରେ ସଇଁତଲା ଅତିରିକ୍ତ ତହସିଲଦାର ଡା. ଲଳିତ ବାଗ, ଟିଟିଲାଗଡ଼ ଅତିରିକ୍ତ ତହସିଲଦାର କର୍ଣ୍ଣ ମଲ୍ଲିକ, ସଇଁତଲା ଆଇଆଇସି ଅବନୀ କୁମାର ସାହୁ, ସିନ୍ଦେକେଲା ଆଇଆଇସି ଆଲୋକ ବେହେରା, ତୁଷୁରା ଆଇଆଇସି ସଂଜୀବ ପ୍ରଧାନ, ଦେଓଗାଁ ଆଇଆଇସି ତାରାବତୀ ପ୍ରଧାନ, ମୁରିବାହାଲ ଆଇଆଇସି କମଳ ଲୋଚନ ବେହେରା ସହ ୨  ପ୍ଲାଟୁନ ହୋମଗାର୍ଡ ଓ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ବର୍ତ୍ତମାନ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ପ୍ରକାଶ ଯେ, ଏହି ସୋଲାର ପ୍ଲାଣ୍ଟକୁ ପୂର୍ବରୁ ଗ୍ରାମବାସୀ ବିରୋଧ କରି  ଧାରଣାରେ ବସିଥିଲେ । ଏ ନେଇ ବଲାଙ୍ଗିର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଟିଟିଲାଗଡ଼ ଉପଜିଲ୍ଲାପାଳ, ଟିଟିଲାଗଡ଼ ଏସଡିପିଓ, ସଇଁତଲା ତହସିଲଦାର ଓ ଥାନା ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇଥିଲେ । କିନ୍ତୁ ପ୍ରଶାସନ କୌଣସି ସମାଧାନ ନ କରି ପ୍ରଶାସନ ଓ ପୋଲିସ ଉପସ୍ଥିତିରେ ସୋଲାର ପ୍ଲାଣ୍ଟ କାର୍ଯ୍ୟ ଶୁଭାରମ୍ଭ କରିଥିଲେ । ଯାହା ଫଳରେ ଲୋକେ ଜିଦ କରି ପ୍ଲାଣ୍ଟ ନିର୍ମାଣ ହେଲେ ଗୋଚର, ଜଳ ଓ ଜମିରେ ସୋଲାର ପ୍ଲାଣ୍ଟ ହସ୍ତକ୍ଷେପ କରୁଥିବାରୁ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେବେ ଓ ଅଞ୍ଚଳରେ ପ୍ରଚଣ୍ଡ ଗରମ ବଢ଼ିବା ସହ ଲୋକେ ବିଭିନ୍ନ ରୋଗଗ୍ରସ୍ତ ହୋଇ ଶିକାର ହେବାକୁ ନେଇ ଡୁଙ୍ଗୁରିପାଲି ପଞ୍ଚାୟତ ମଧ୍ୟରେ ତୀବ୍ର ଉତ୍ତେଜନା ସହ ଅସନ୍ତୋଷ ଦେଖାଯାଇଛି । ଏହି ପ୍ଲାଣ୍ଟ ପାଇଁ ୧୨୦ ଏକର ଜମି ଆବଶ୍ୟକ ଥିବା ବେଳେ ତେଣ୍ଡିପାଲିର  ୫୫.୬୪ ଓ ଡୁଙ୍ଗୁରିପାଲି ୬୪.୭୬ ଜମିକୁ ଘରୋଇ କମ୍ପାନୀ ଷଡ଼ଯନ୍ତ୍ର କରି ନିଜ ଅକ୍ତିଆର କରିନେବାରେ ସଫଳ ହୋଇଛି ବୋଲି ମତ ପ୍ରକାଶ ପାଇଛି । ଏହି ଗୋଚର ଜମିରେ ଗ୍ରାମବାସୀଙ୍କ ମୁଖ୍ୟ ଜୀବନ ଜୀବିକା ଉପରେ ନିର୍ଭର କରୁଅଛି । ଯାହା ଫଳରେ ଗ୍ରାମବାସୀ ଏହି ପ୍ଲାଣ୍ଟକୁ ତୀବ୍ର ବିରୋଧ କରୁଛନ୍ତି । ବର୍ତ୍ତମାନ ଗାଈଗୋରୁ ଚରିବା ତ ଦୂରର କଥା ଲୋକେ ଶୌଚ ଯିବା ପାଇଁ ସ୍ଥାନ ମଧ୍ୟ ମିଳିବ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । 

Leave A Reply

Your email address will not be published.

fifteen + nine =