jayashree

କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣଙ୍କ ବିରୋଧରେ ଥାନାରେ ଏତଲା

  • ଆଦିବାସୀ ସମାଜକୁ ଅପମାନ ଅଭିଯୋଗ : କଣ୍ଟାବାଞ୍ଜି ବିଧାୟକଙ୍କ ବିରୋଧରେ ଥାନାରେ ଏତଲା

ତୁରେକେଲା, (ପିତାମ୍ବର ଦିପ) : ଆଦିବାସୀ ସମାଜ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ବିରୋଧରେ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଛି । ଆଦିବାସୀ ଯୁବ ନେତା ଗିରିରାଜ ସିଂହ ମାଝୀଙ୍କ ନେତୃତ୍ୱରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ବଲାଙ୍ଗିର ପକ୍ଷରୁ ଏହି ଅଭିଯୋଗ ଦାଖଲ କରାଯାଇଛି । ସଂଘର କଣ୍ଟାବାଞ୍ଜି ଶାଖାର ନଗର ସଭାପତି ଗୋବିନ୍ଦ ବର୍ଗେ ଦାଖଲ କରିଥିବା ଏତଲାରେ ଦର୍ଶାଯାଇଛି ଯେ, ଗତ ୪ ଜୁନରେ ଏକ ଟେଲିଭିଜନ ଆଲୋଚନା କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବାଗ ଆଦିବାସୀ ସମାଜ ସମ୍ପର୍କରେ “ଦୂଷିତ” ଭଳି ଶବ୍ଦ ବ୍ୟବହାର କରିଥିଲେ । ଏହି ମନ୍ତବ୍ୟ ଦ୍ୱାରା ସମଗ୍ର ଆଦିବାସୀ ସମାଜର ମାନ, ସମ୍ମାନ ଓ ମର୍ଯ୍ୟାଦା ପ୍ରତି କଠୋର ଆଘାତ ଲାଗିଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି । ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, ଏହି ପ୍ରକାରର ମନ୍ତବ୍ୟ ସାମାଜିକ ସମ୍ପ୍ରୀତିକୁ କ୍ଷୁର୍ଣ୍ଣ କରିବା ସହ ଆଦିବାସୀ ସମୁଦାୟର ଭାବାବେଗକୁ ଆଘାତ ପହଞ୍ଚାଇଛି । ତେଣୁ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରି ସମ୍ପୃକ୍ତ ଆଇନ ଅନୁଯାୟୀ ବିଧାୟକଙ୍କ ବିରୋଧରେ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି । ଏହାସହ ଭାରତୀୟ ନ୍ୟାୟ ସଂହିତା-୨୦୨୩ ଏବଂ ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିବାରଣ) ଆଇନ, ୧୯୮୯ ଅନୁଯାୟୀ ମାମଲା ରୁଜୁ କରି ବିଧାୟକଙ୍କୁ ଗିରଫ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି ।

Leave A Reply

Your email address will not be published.