
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗତ ଦୁଇ ଦିନ ଧରି ଟିଟିଲାଗଡ ସହରରେ ଲଗାଣ ବର୍ଷା ଲାଗି ରହିଥିଲା । ଫଳ ସ୍ୱରୂପ ପ୍ରବଳ ବର୍ଷାରେ ପ୍ରଥମେ ନାଳ ଜାମ ଯୋଗୁଁ ରାସ୍ତା ଉପରେ ଘର ଭିତରକୁ ପାଣି ପଶି ଯାଇଥିଲା । ତେବେ ବର୍ଷା କମିବା ପରେ ଆଜି ସହରର ମୁଖ୍ୟ ରାସ୍ତା ଉପରେ ଖାଲ ହୋଇଯାଇଛି । ସବୁଠାରୁ ବଡ ଖାଲ ଥାନା ଛକ ନିକଟରେ ହୋଇଥିବା ବେଳେ ଏବେ ଖାଲରେ ପଡ଼ି ଲୋକେ ଖଣ୍ଡିଆ ଖାବରା ହେଉଥିବା ଦେଖିବାକୁ ମିଳୁଛି । ତେବେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଅତି ଶୀଘ୍ର ସେହି ଖାଲକୁ ପୋତିବା ପାଇଁ ସାଧାରଣରେ ଦାବି ହୋଇଛି ।

