pakka

ମହଗାଁ ବ୍ରିଜ ଉପରେ ଦୁଇ ବାଇକ ମୁହାଁମୁହିଁ : ୨ ଗୁରୁତର

kalikesh

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ମହଗାଁ ବ୍ରିଜ ଉପରେ ଦୁଇ ବାଇକ ମୁହାଁମୁହିଁ ହେବା ଦ୍ୱାରା ଦୁଇ ଜଣ ଗୁରୁତର ଅବସ୍ଥାରେ ସଇଁନ୍ତଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ମତେ ସଇଁନ୍ତଲା ପଟରୁ ନିଜ ଗାଁ ରେଙ୍ଗାଲି ନୂଆଁବସ୍ତିକୁ ଏକ ବାଇକ ଯୋଗେ ପାଞ୍ଚାଲି ପଟେଲ ଓ ତାଙ୍କ ସ୍ୱାମୀ ଘରକୁ ଯାଉଥିବା ବେଳେ ସାମ୍ନାପଟରୁ ଆସୁଥିବା ଅନ୍ୟ ଏକ ଗାଡି ସହ ମୁହାଁମୁହିଁ ହୋଇଥିଲେ । ଫଳରେ ଦୁଇ ଜଣ ଗୁରୁତର ଅବସ୍ଥାରେ ରାସ୍ତାରେ ପଡି ରହିଥିବା ବେଳେ ସାମ୍ବାଦିକ ନାରାୟଣ ସାହୁ, ସରୋଜ ସାହୁ, ସ୍ଵପ୍ନା ଅଗ୍ରୱାଲ ଓ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ସହ ସଇଁନ୍ତଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅନ୍ୟପଟେ ଯୁବକ ଶ୍ରୀ ନନ୍ଦ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଡାକ୍ତରଖାନାକୁ ସ୍ଥାନନ୍ତର କରାଯାଇଛି ।

pp
Leave A Reply

Your email address will not be published.

sixteen + eleven =