jsm

କ୍ଷୁଦ୍ର ଉଦ୍ୟୋଗ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଅନ୍ତର୍ଗତ ଗୁଣ୍ଡୋଲମାଲ ସ୍ୱୟଂସହାୟିକା ଗୋଷ୍ଠୀରୁ ୩୦ ଜଣ ପ୍ରାପ୍ତ ବୟସ୍କା ମହିଳାମାନଙ୍କୁ ନେଇ ଚାଲିଥିବା କ୍ଷୁଦ୍ର ଉଦ୍ୟୋଗ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ନାବାର୍ଡ ସହାୟତାରେ ଓ ଦେବଦତ୍ତ କ୍ଲବ ମାଧ୍ୟମରେ ଚାଲିଥିବା ଉକ୍ତ ଉଦ୍‌ଯାପନୀ ଉତ୍ସବରେ ନାବାର୍ଡ ବରଗଡର ଜିଲ୍ଲା ବିକାଶ ଅଧିକାରୀ ହଟ କିଶୋର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ଦେବଦତ କ୍ଲବ ସଭାପତି କିଶୋର ଚନ୍ଦ୍ର ପଣ୍ଡା, ସଂପାଦକ କାହ୍ନୁ ଚରଣ ମାଝୀ, ଉପ ସଭାନେତ୍ରୀ ଜୟଶ୍ରୀ ପାତ୍ର ଓ ରୁଦ୍ର ସାହୁ ଉପସ୍ଥିତ ଥିଲେ । ଚିନାବାଦାମର ବର୍ଗୀକରଣ ଓ ମୂଲ୍ୟ ଯୁକ୍ତ କରିବା ପାଇଁ ଏଥିରୁ ଖଜା, ଲଡୁ, ପକୋଡା, ବଫି ପ୍ରସ୍ତୁତି ତାଲିମ ଦୀର୍ଘ ସାତ ଦିନ ପର୍ଯ୍ୟନ୍ତ ଦିଆଯାଇଥିଲା । ଭଜମନ ଗଡତିଆ ଉକ୍ତ ତାଲିମ ପ୍ରଦାନ କରିଥିଲେ ଓ ଶେଷ ଦିନରେ ମହିଳା ମାନେ ଚିନାବାଦାମରୁ ଅନେକ ଖାଦ୍ୟ ପ୍ରସ୍ତୁତ କରିଥିଲେ । ଉକ୍ତ ତାଳିମ ମାଧ୍ୟମରେ ମହିଳାମାନେ ଅଧିକ ରୋଜଗାର କରିପାରିବେ ଓ ନିଜ ପରିବାର ପୋଷଣ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ବିଜୟ ଧର ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.