ପଦ୍ମପୁର ଅଂଚଳର ବିକାଶ ପାଇଁ ବିଜେପିକୁ ଭୋଟ ଦିଅନ୍ତୁ : ସମୀର ମହାନ୍ତି

  • ଶାସକ ବିଜେଡିର ମିଛ ଓ ପ୍ରତାରଣାକୁ ସ୍ୱାଭିମାନୀ ପଦ୍ମପୁର ଅଂଚଳବାସୀ ଭଲ ଭାବେ ବୁଝି ସାରିଛନ୍ତି
  • ପରୀ, ମମିତା, ମାହାଙ୍ଗା ଭଳି ହତ୍ୟା ଘଟଣାରେ ଅଭିଯୁକ୍ତ ମନ୍ତ୍ରୀ ଓ ନେତାମାନେ ପ୍ରଚାର ପାଇଁ ଡେରା ପକାଇଛନ୍ତି
  • ଅପାରଗତା ରାଜ୍ୟ ସରକାରଙ୍କ କାରଣରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନୃସିଂହନନାଥ, ହରିଶଙ୍କର ଅଂଚଳର କୌଣସି ଆଖିଦୃଶିଆ ଉନ୍ନତି ହୋଇନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ୨୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନିରବଚ୍ଛିନ ଭାବେ ଶାସନ କ୍ଷମତାରେ ରହି ସୁଦ୍ଧା ରାଜ୍ୟର ସଠିକ୍ ବିକାଶ ହୋଇପାରିନାହିଁ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ସେ ଅହେୁରି ମଧ୍ୟ କହିଛନ୍ତି ଯେ, ଚାଷୀ, ମହିଳା, ଶିଶୁ, ଯୁବକ, ଶିକ୍ଷକମାନେ ସମସ୍ତେ ରାଜ୍ୟ ସରକାରଙ୍କ ପ୍ରତାରଣାର ଶିକାର ହୋଇଛନ୍ତି । ଚାଷୀ ନିଜ ନ୍ୟାର୍ଯ୍ୟ ହକ୍ ପାଇବାକୁ ଲଢେଇ କରୁଥିବା ବେଳେ ଶିକ୍ଷକ, ମହିଳାମାନେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି । ରାଜ୍ୟବାସୀଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ନଦେଇ କେବଳ ଦଳୀୟ ପ୍ରଚାର ଓ ପ୍ରସାର କାର୍ଯ୍ୟରେ ବ୍ୟସ୍ତ ଥିବା ରାଜ୍ୟ ସରକାର ଏପରିକି ବିଭିନ୍ନ କଲ୍ୟାଣକାରୀ କେନ୍ଦ୍ରୀୟ ଯୋଜନାର ସୁଫଳରୁ ରାଜ୍ୟବାସୀଙ୍କୁ ବଂଚିତ ରଖୁଛନ୍ତି । ପଦ୍ମପୁର ଅଂଚଳ ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ହୋଇଥିଲେ ମଧ୍ୟ ଆର୍ଥିକ ଅଭିବୃଦ୍ଧି ପାଇଁ ସ୍ଥାନୀୟ ଅଂଚଳରେ କୌଣସି ବିକାଶମୂଳକ କାର୍ଯ୍ୟ କରିନାହାନ୍ତି । ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନୃସିଂହନନାଥ, ହରିଶଙ୍କର ଅଂଚଳର କୌଣସି ଆଖିଦୃଶିଆ ଉନ୍ନତି ହୋଇନାହିଁ । ଶାସକ ବିଜେଡିର ମିଛ ଓ ପ୍ରତାରଣାକୁ ସ୍ୱାଭିମାନୀ ପଦ୍ମପୁର ଅଂଚଳବାସୀ ଭଲ ଭାବେ ବୁଝି ସାରିଛନ୍ତି । କେବଳ ଉପନିର୍ବାଚନରେ ଶାସକ ବିଜେଡିର ପ୍ରଚାର ପାଇଁ ଆସିଥିବା ରାଜ୍ୟ ସରକାରଙ୍କ ଗଣ୍ଡା ଗଣ୍ଡା ମନ୍ତ୍ରୀ ଓ ନେତାମାନେ ଶାସନ କ୍ଷମତାର ଅପବ୍ୟବହାର କରି ଭୋଟ୍ ହାତେଇବା ପାଇଁ ସରକାରୀ କର୍ମଚାରୀଙ୍କ ଉପରେ ଚାପ ପକାଉଛନ୍ତି । ପରୀ, ମମିତା, ମାହାଙ୍ଗା ଭଳି ହତ୍ୟା ଘଟଣାରେ ଅଭିଯୁକ୍ତ ମନ୍ତ୍ରୀ ଓ ନେତାମାନେ ପ୍ରଚାର ପାଇଁ ଡେରା ପକାଇଛନ୍ତି । ପଦ୍ମପୁର ଅଂଚଳବାସୀ ଶାସକ ବିଜେଡିର ପ୍ରତାରଣା ଏବଂ ହିଂସାତ୍ମକ କାର୍ଯ୍ୟ ଶୈଳୀକୁ ଦୃଢ ନିନ୍ଦା କରିବା ସହିତ ଏହାର ଉଚିତ୍ ଜବାବ୍ ଦେବେ । ପଦ୍ମପୁର ଅଂଚଳ ତଥା ସମଗ୍ର ରାଜ୍ୟର ବିକାଶ ପାଇଁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ଜୟଯୁକ୍ତ କରାଇବାକୁ ଆଜି ପାଇକମାଲ ଏବଂ ପଦ୍ମପୁରଠାରେ ଅନୁଷ୍ଠିତ ଜନ ସମାବେଶରେ ଉଦ୍‌ବୋଧନ ଦେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।

Leave A Reply

Your email address will not be published.

1 × 3 =