jsm

ଘର ଉପରେ ଯାଇଛି ୧୧ କେଭି ବିଜୁଳି ତାର : ଭୟରେ ପରିବାର ଲୋକେ

csstore

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁମେଲସିଂହା ଗ୍ରାମରେ ଏକ ପରିବାରଙ୍କ ଘର ଉପରେ ୧୧ କେଭି ବିଜୁଳି ତାର ଦୀର୍ଘ ଦିନରୁ ଯାଇଥିବାରୁ ସେମାନେ ବରଗଡ ବିଭାଗୀୟ କାର୍ୟ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଏକ ପତ୍ର ଦେଇ ବିଜୁଳି ତାରକୁ ସ୍ଥାନାନ୍ତର ପାଇଁ ଦୀର୍ଘ ୨ ମାସ ହେଲା ଅନୁରୋଧ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ସୂଚନା ଅନୁସାରେ କୁମେଲସିଂହାର ସାମାଜିକ କାର୍ୟ୍ୟକର୍ତା ଚମ୍ପେଶ୍ୱରୀ ସାହୁଙ୍କ ନିଜ ଘର ଉପରେ ଏହି ୧୧ କେଭି ତାରଟି ଦୀର୍ଘ ୧୫ ବର୍ଷ ହେଲା ଯାଇଛି । ୨୦ ବର୍ଷ ପୂର୍ବରୁ ସେମାନେ ତାଙ୍କ ନିଜସ୍ୱ ପୈତୃକ ଜମିରେ ଘର ନିର୍ମାଣ ପାଇଁ ମୂଳଦୁଆ ପକାଇଥିଲେ ଏବଂ ୧୫ ବର୍ଷ ପୂର୍ବରୁ ତାଙ୍କ ଘର ନିକଟରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଉକ୍ତ ୧୧ କେଭି ବିଜୁଳି ତାରଟି ଯାଇଥିଲା । ହେଲେ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠରୀ ନିର୍ମାଣ ପାଇଁ ଉକ୍ତ ତାରକୁ ଏମାନଙ୍କ ଘର ନିର୍ମାଣ ପାଇଁ ନିହ ଖୋଳିଥିବା ଜମି ଉପର ନେଇଥିଲେ । ସେ ସମୟରେ ଏମାନେ ତାଙ୍କ ନିର୍ମାଣାଧୀନ ଘର ଉପରେ ୧୧ କେଭିର ବିଜୁଳି ତାର ଟଣାକୁ ବିରୋଧ କରିଥିଲେ, ହେଲେ ସେ ସମୟର ତତ୍କାଳୀନ ଲରମ୍ଭା ଜେଇ ସେମାନେ ଘର ନିର୍ମାଣ କଲା ପରେ ଉକ୍ତ ତାରକୁ ଅନ୍ୟତ୍ର ସ୍ଥାନାନ୍ତର କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତାଙ୍କ କଥାକୁ ବିଶ୍ୱାସ କରି ଏମାନେ ଘର ନିର୍ମାଣ କରି ବର୍ତମାନ ଉକ୍ତ ସ୍ଥାନରେ ବିଗତ ତିନି ବର୍ଷ ହେଲା ପରିବାର ସହିତ ରହୁଛନ୍ତି । ଏମାନେ ନୂତନ ଗୃହରେ ରହିବା ପରେ ଅନେକ ଥର ଲରମ୍ଭା ଜେଇଙ୍କୁ ବିଜୁଳି ତାର ସ୍ଥାନାନ୍ତର ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଆଉ କିଛି କରି ପାରିବୁ ନାହିଁ ବୋଲି କହୁଛନ୍ତି । ୧୧ କେଭି ତାରଟି ଘରର ଠିକ ଉପରେ ତଳକୁ ଝୁଲି ଯାଇଥିବାରୁ ପରିବାର ଲୋକେ ସର୍ବଦା ଭୟଭୀତ ଓ ଆଶଙ୍କା ମଧ୍ୟରେ ଜୀବନ ଅତିବାହିତ କରୁଛନ୍ତି, କାଳେ କୌଣସି ଦୁର୍ଘଟଣା ଘଟିଯିବ ଭାବି ସର୍ବଦା ଚିନ୍ତିତ ରହୁଛନ୍ତି । ୧୧ କେଭି ବିଜୁଳି ଆଘାତ ଯୋଗୁଁ କିଛି ବର୍ଷ ପୂର୍ବରୁ ଏହି ଗ୍ରାମରେ ଏକ ବଡ ଧରଣର ଦୁର୍ଘଟଣା ଘଟି ଗୋଟିଏ ପରିବାରର ପ୍ରାୟ ୪ ଜଣ ସଦସ୍ୟଙ୍କ ପ୍ରାଣହାନୀ ଘଟିଥିବା ସୂଚନା ଅଛି । ବର୍ତମାନ ଏମାନଙ୍କ ପରିବାର ସଦସ୍ୟ ସଂଖ୍ୟା ବଢ଼ୁଥିବାରୁ ଏମାନେ ଉପର ମହଲା ନିର୍ମାଣ ପାଇଁ ଯୋଜନା କରୁଛନ୍ତି, ହେଲେ ଘର ଉପରେ ଯାଇଥିବା ୧୧ କେଭି ବିଜୁଳି ତାର ହିଁ ପ୍ରତିବନ୍ଧକ କରୁଛି । ଏହି ସବୁ ସମସ୍ୟାର ସମାଧାନ ପାଇଁ କାର୍ୟ୍ୟ ନିର୍ବାହିୀ ଯନ୍ତ୍ରୀ ଟିପିଡ଼ବ୍ଲୁଓଡ଼ିଏଲ୍‌ ବରଗଡଙ୍କୁ ତାଙ୍କ କାର୍ୟ୍ୟାଳୟରେ ଭେଟି ଅନୁରୋଧ କରିବାରୁ ବିଜୁଳି ତାର ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ହେଲେ ସମସ୍ତ ଖର୍ଚ୍ଚ ଆବେଦନକାରୀଙ୍କୁ ବହନ କରିବାକୁ ପଡିଥାଏ ବୋଲି ଜଣାଇଥିଲେ ଏବଂ ସେମାନେ ବର୍ତମାନ ନିଜ ବିଭାଗ ତରଫରୁ କିଛି କରି ପାରିବୁ ନାହିଁ କହିଥିଲେ । ବର୍ତମାନ ଏ ଗରିବ ପରିବାର ନିଜ ରୟତି ଜମି ଘର ଉପରେ ଯାଇଥିବା ତାରକୁ ସ୍ଥାନାନ୍ତର ପାଇଁ ଏତେ ଖର୍ଚ୍ଚ କିପରି ବହନ କରି ପାରିବେ ? ବିଜୁଳି ବିଭାଗ ଏ ବିଷୟରେ ଚିନ୍ତା କରିବା କଥା ଯେ ଗୋଟେ ପରିବାରଙ୍କ ମୁଣ୍ଡ ଉପରେ ସର୍ବଦା ଏକ ବିପଦ ଝୁଲୁଛି କେତେବେଳେ କୌଣସି ଦୁର୍ଘଟଣା ନଘଟିଯିବ କିଏ କହି ପାରିବ ? ଏହି ବିପଦପୂର୍ଣ୍ଣ ବିଜୁଳି ତାରକୁ ଶୀଘ୍ର ଅନ୍ୟତ୍ର ସ୍ଥାନାନ୍ତର କରାଗଲେ ପରିବାର ଲୋକେ ଭୟରୁ ଆଶ୍ବସ୍ତି ଅନୁଭବ କରିବେ ।

yuvodaya
Leave A Reply

Your email address will not be published.