csstore

ବରତୁଣ୍ଡା ଗାଁରେ ମାଁ ଦ୍ୱାରସେନି କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଅଶୁର୍ଲାକୁ ପରାସ୍ତ କରି ଭାଲୁମୁଣ୍ଡା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତ ବରତୁଣ୍ଡା ଗାଁରେ ମାଁ ଦ୍ୱାରସେନି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଚତୁର୍ଥ ଦିବସରେ ପହଞ୍ଚିଛି । ଆୟୋଜିତ ଚତୁର୍ଥ ଦିବସରେ ମୁଖ୍ୟ ଅତିଥି ଭାବେ ଏପିଓ ଲକ୍ଷ୍ମଣ କୁମାର ବୁଡେକ, ସମ୍ମାନିତ ଅତିଥି ଭାବେ ଜେଇ ମିହିର କୁମାର ପଣ୍ଡା, ବିପିସି ଶୁଭାଶିଷ ତ୍ରିପାଠୀ, ବିପିଏ ଜିତେନ୍ଦ୍ର ରଣା, ଖଇରା ଜିଓଟେଗ ବସୁଦେବ ରଣା, ପରମାନନ୍ଦ ପୁଟେଲ, ଦୁର୍ଦ୍ଦକ୍ଷ ହଂସ, କେଦାର ଭୋଇ, ତେଜରାଜ ଭୋଇ, ଶୋଭାକର ନାଗ, ପରମେଶ୍ୱର ମହାନନ୍ଦ, ଧର୍ମେନ୍ଦ୍ର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଚତୁର୍ଥ ଦିବସ ମ୍ୟାଚ୍‌ରେ ଅଶୁର୍ଲା ଓ ଭାଲୁମୁଣ୍ଡା ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ଅଶୁର୍ଲା ଦଳକୁ ପରାସ୍ତ କରି ଭାଲୁମୁଣ୍ଡା ଦଳ ବିଜୟୀ ହୋଇଛି । ନବୀନ ପୁଟେଲ ଓ ଅଙ୍କିତ ରାଉତ ଖେଳ ପରିଚାଳନା କରିଥିଲେ । ଆୟୋଜକ କମିଟିର ଆଶିଷ ଯାନୀ, ଅଙ୍କିତ ରାଉତ, ଯୋଗିନ ଭୋଇ, ମହେଶ୍ୱର ପୁଟେଲ, ଇନ୍ଦ୍ର ଭୋଇ, ଡୋଲେଶ୍ୱର ଭୋଇ, ମକରଧ୍ୱଜ ନାଗ, ପ୍ରତାପ ନାଗ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.