jsm

କଂଗ୍ରେସ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ : ବଗାଡ଼ ବିଜୟୀ

csstore

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କୁରସୁଡ଼ ଗାଁରେ କଂଗ୍ରେସ ପାର୍ଟି ପକ୍ଷରୁ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ତୃତୀୟ ଦିବସରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଥର ପାଇଁ କୁରସୁଡ଼ ମାଟିରେ କଂଗ୍ରେସ ପାର୍ଟି ଦ୍ଵାରା ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ହେଉଛି । ତୃତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଖୋଲାନ ସରପଞ୍ଚ ନରେଶ ଅଗ୍ରୱାଲ, ସିଲୁଆ ସରପଞ୍ଚ ଜିତେଶ ମୁଗ୍ରୀ, କୁଶକେଲା ସରପଞ୍ଚ ନୋମିନି ପ୍ରକାଶ ମହାନନ୍ଦ, ପୂର୍ବତନ ସରପଞ୍ଚ ଗୋପାଳ ନାଏକ, ସାମ୍ବାଦିକ ମନୋଜ କୁମାର ଜୈନ, ଦିଗସିରା ସମିତି ସଭ୍ୟଙ୍କ ନୋମିନି ସତ୍ୟବାନ ସୁନା, ଛନ୍ଦାଚରଣ କଟା, ଉପେନ ସଂଗ୍ରାମୀ, ରଞ୍ଜନ ବେହେରା, କଣ୍ଠ ମାଝୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ମ୍ୟାଚ ଚଲକି ଓ ବଗାଡ଼ ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ବଗାଡ଼ ଦଳ ବିଜୟୀ ହୋଇଛି । ରେଫରୀ ଲବ ସୁନାନୀ ଖେଳ ପରିଚାଳନା କରିଥିବା ବେଳେ କାଳିଆ ଖରସେଲ ଓ ମଳୟ ଘିଭେଲା ସହଯୋଗ କରିଥିଲେ । ଟିଟିଲାଗଡ଼ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ବାଗଙ୍କ ନେତୃତ୍ୱରେ ଆୟୋଜିତ କମିଟିର ସଭାପତି ଡିଲେଶ୍ୱର ଜାଲ, ସମ୍ପାଦକ ଅନନ୍ତ ଛୁରା, ଉପଦେଷ୍ଟା କୁନା ସାହୁ, ପଦୁ ମହାନନ୍ଦ, ବାବୁଲାଲ ବାଗ, ସଦସ୍ୟ ବିରଞ୍ଚି, ଡଉଲ, ହେମସାଗର, ଆନନ୍ଦ, ଦୁର୍ଗେସ, ବବଲୁ, ସୁରଜ ପ୍ରମୁଖ ଆୟୋଜକ କମିଟିର ସମସ୍ତ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.