
ଲୋଇସିଂହା, (ବିମଳେନ୍ଦୁ ସାହୁ) : ପଶ୍ଚିମବଙ୍ଗ, ଆସାମ ଏବଂ ପୁଡ଼ୁଚେରୀରେ ଭାରତୀୟ ଜନତା ପାର୍ଟିର ବୃହତ ବିଜୟକୁ ନେଇ ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ବିଜୟ ଉତ୍ସବ ପାଳନ ହୋଇଛି । ଏହି ଅବସରରେ ସ୍ଥାନୀୟ ନେତୃବୃନ୍ଦ ଓ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଅତ୍ୟନ୍ତ ଉତ୍ସାହର ସହ ଏହି ସଫଳତାକୁ ପାଳନ କରିବା ସହ ପଶ୍ଚିମବଙ୍ଗ, ଆସାମ ଓ ପୁଡୁଚେରୀର, ଜନସାଧାରଣ ଓ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ସେମାନେ ଶୁଭେଚ୍ଛା ଜଣାଇଛନ୍ତି ।