ଦେଓଗାଁ ବ୍ଲକସ୍ତରୀୟ ବିଜ୍ଞାନମେଳା ଉଦ୍‌ଯାପିତ

  • ଦିନିକିଆ ବିଜ୍ଞାନମେଳା ଯୋଗୁଁ ଅବିଭାବକ ଅସନ୍ତୋଷ

ଦେଓଗାଁ, (ମନୀଷ କୁମାର ସାହୁ) : ବିଜ୍ଞାନମେଳା ଦ୍ୱାରା ଛାତ୍ର, ଛାତ୍ରୀମାନଙ୍କ ମଧ୍ୟରେ ଗୋଟିଏ ବୈଜ୍ଞାନିକ ମନୋଭାବ ସୃଷ୍ଟି ହେବା ସହ ତାଙ୍କ ମଧ୍ୟରେ ଥିବା ବହୁ ପ୍ରତିଭା ଉଦ୍‌ଜୀବିତ ହୋଇଥାଏ । ଏହାକୁ ଚିହ୍ନଟ କରିବା ପାଇଁ ବାର୍ଷିକ ବିଜ୍ଞାନମେଳା ଏକ ମାଧ୍ୟମ । ଯେହେତୁ ସୀମିତ ସମୟ ସୀମା ମଧ୍ୟରେ ହେଉଛି ତେଣୁ ବ୍ଲକର ସମସ୍ତ ସ୍କୁଲର ଛାତ୍ର, ଛାତ୍ରୀଙ୍କୁ ପ୍ରତିଯୋଗିତାରେ ଭାଗ ନେବାକୁ ବାଧ୍ୟତା କରାଯାଉ ନାହିଁ । ଅନ୍ୟପକ୍ଷରେ ଯାହା ବି ଆସୁଛି ଠିକ ଭାବେ ଚୟନ କରାଯାଉ ନାହିଁ । ମାତ୍ର ୩ ଘଣ୍ଟା ମଧ୍ୟରେ ପ୍ରକଳ୍ପ ପରିଦର୍ଶନ ଓ ମୂଲ୍ୟାଙ୍କନ କେବେ ବି ସମ୍ଭବ ନୁହେଁ । ତେଣୁ ପ୍ରକୃତ ପକ୍ଷେ ଧର୍ମକୁ ଆଖି ଠାର ଦେବା ପରି ସରକାର କାମ ଚଲାଇ ନେଉଛନ୍ତି । ଏହା ଦ୍ବାରା ଯାହା ସଫଳତା ମିଳିବା କଥା ଆଦୌ ମିଳୁନାହିଁ ବୋଲି ଅବିଭାବକମାନେ ମତ ରଖିଛନ୍ତି । ଛାତ୍ର ଛାତ୍ରୀ ତିଆରି କରିଥିବା ପ୍ରକଳ୍ପ ପ୍ରତି ତାଙ୍କ ଅଧିକ ଜ୍ଞାନ ଅଛି ବୋଲି ଧରାଯାଇଥାଏ । ଦୁଇ ଦିନିଆ କାର୍ଯ୍ୟକ୍ରମରେ ପିଲାମାନେ ଅଧିକ ସୁଯୋଗ ପାଉଥିଲେ ଅଧିକ ପ୍ରକଳ୍ପ ଭାଗ ନେଉଥିଲେ । ଛାତ୍ର, ଛାତ୍ରୀଙ୍କ ନେତୃତ୍ୱ ଗୁଣ ମଧ୍ୟ ଚିହ୍ନଟ କରାଯାଇଥାଏ । ବ୍ଲକମାନଙ୍କର ସମସ୍ତ ସ୍କୁଲରୁ ଆସିଥିବା ଛାତ୍ର, ଛାତ୍ରୀମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ସହ ଭଲ ବାତାବରଣ ତିଆରି ହୋଇଥାଏ । ହେଲେ ବର୍ତ୍ତମାନ ସରକାର ଯେଉଁ କାମ ଚଳା ବିଜ୍ଞାନମେଳା କରୁଛନ୍ତି ତାହାକୁ ଅବିଭାବକ ମହଳରେ କ୍ଷୋଭ ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ବ୍ଲକ ବିଜ୍ଞାନମେଳା ସଂଯୋଜକ ତଥା ବନ୍ଧପାଲି ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୂତୀ ଭୂଷଣ ବେହେରାଙ୍କୁ ପଚାରିବାରୁ ଚଳିତ ବର୍ଷ ପ୍ରତିକୂଳ ପାଗ ସହ କୋଭିଡ଼ ୧୯ କାରଣରୁ ଦିନିକିଆ କାର୍ଯ୍ୟକ୍ରମ ରହିଛି ବୋଲି କହିଥିବା ବେଳେ କେବଳ ଚଳିତ ବର୍ଷ ନୁହେଁ ପରଂପରା ଦୀର୍ଘ ୫ ବର୍ଷରୁ ଅଧିକ ହେଲା ଚାଲିଛି ବୋଲି ଅବିଭାବକ ମନରେ ଅସନ୍ତୋଷ ଦେଖାଯାଇଛି । ଆଜିର ବିଜ୍ଞାନମେଳାରେ ୨୩ଟି ଉଚ୍ଚ ପ୍ରାଥମିକ ଓ ୪୭ଟି ହାଇସ୍କୁଲର ମୋଟ ୭୦ଟି ପ୍ରକଳ୍ପ ସ୍ଥାନୀତ ହୋଇଥିଲା । ପର୍ଯ୍ୟବେକ୍ଷକ ଭାବେ କୁଶଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭୋଲାନାଥ ପର୍ଡ଼ିଆ ଓ ବିଚାରକ ଭାବେ କରୁଲ ହାଇସ୍କୁଲର ବରିଷ୍ଠ ବିଜ୍ଞାନ ଶକ୍ଷକ ଆନନ୍ଦ ସାହୁ ଓ କୁମ୍ଭାରି ହାଇସ୍କୁଲର ଘନଶ୍ୟାମ ଦଣ୍ଡସନା ଯୋଗଦେଇ ମୂଲ୍ୟାଙ୍କନ କରିଥିଲେ । ଚୟନ ହୋଇଥିବା ମୋଟ ୧୨ଟି ପ୍ରକଳ୍ପରୁ ପ୍ରଥମ ୬ଟି ଯଥା ପ୍ରିୟମ୍ବଦା ମେହେର, ଚନ୍ଦ୍ରମା ବିଶ୍ବାଲ, ଗଣେଶ ମେହେର, ସନମଦେବ ସାହୁ, କରିନ୍ନା ରଣା, ଅଙ୍କିତା ମିଶ୍ରକୁ ଜିଳ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚୟନ କରାଯାଇଥିବା ବେଳେ ଅଦ୍ୟାଶା ପ୍ରିୟଦର୍ଶନୀ ସାହୁ, ନମନ ପଧାନ, ନିତ୍ୟାନନ୍ଦ ବଗର୍ତ୍ତି, ପରୀ ଭୋଇ, ସିନ୍ଧୁସୀତା କୁଦେଇ, ପୁନମ ଛୁରା ପୁରସ୍କୃତ କରାଯାଇଛି । ବିଜ୍ଞାନମେଳାକୁ ଆନୁ‌ଷ୍ଠାନିକ ଭାବେ ଦେଓଗାଁ ବିଇଓ ଗୋବର୍ଦ୍ଧନ ଭୋଇ ଉଦ୍‌ଘାଟନ କରିଥିବା ବେଳେ ଉଦ୍‌ଯାପନୀ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ଦୟାନିଧୀ ଖମାରୀ ଓ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଏବିଇଓ ଅଜିତ ମିଶ୍ର ଯୋଗ ଦେଇଥିଲେ । କାର୍ଯ୍ରକ୍ରମକୁ ବ୍ଲକ ଆବାହକ ତଥା ସଂଗଠାନିକ ସଂପାଦକ ତଥା ଦେଓଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅମ୍ବରେଶ ଭୋଇ, ବ୍ଲକ ସଂଯୋଜକ ବିଭୂତୀ ଭୂଷଣ ବେହେରା ପ୍ରମୁଖ ପରିଚାଳନା କରିଥିବା ବେଳେ ସମସ୍ତ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ସହଯୋଗ କରିଥିଲେ ।

Leave A Reply

Your email address will not be published.