pakka

ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ବିଜ୍ଞାନ ଦିବସ ପାଳିତ

bbehera

ଭବାନୀପାଟଣା, (ପି.କେ. ସାହୁ) : ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ୟଙ୍ଗଷ୍ଟାର କ୍ଲବ ତିଳଯୋଡିର ମିଳିତ ଉଦ୍ୟମରେ ତିଳଯୋଡି ହାଇସ୍କୁଲଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗଣ୍ଡବାରଝୋଲା ସରପଞ୍ଚ ମୁରଲୀ ପ୍ରଧାନ, ମୁଖ୍ୟବକ୍ତା ତିଳଯୋଡି ପ୍ରଧାନ ଶିକ୍ଷକ ବିଜୟାନନ୍ଦ ହୋତା, ସମ୍ମାନିତ ଅତିଥି ଭୁବନ ହରି ପ୍ରଧାନ, ବିଶ୍ୱଜିତ ନାୟକ, ସୁରେନ୍ଦ୍ର ଦାସ, ପ୍ରୀତି ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବର୍ତ୍ତମାନ ବିଜ୍ଞାନ ଦ୍ୱାରା ସମାଜ କେତେ ସୁଦୃଢ଼ ହୋଇଛି ସେ ନେଇ ମତ ପ୍ରକାଶ କରିଥିଲେ । ସେହିପରି ବିଜ୍ଞାନର ସଠିକ୍‌ ପରିଚାଳନା ସହ ତାର ସଠିକ୍‌ ବିନିଯୋଗରେ ଅଧିକରୁ ଅଧିକ ଲାଭବାନ ହୋଇ ପରିବା ବୋଲି କହିଥିଲେ । ବିଜ୍ଞାନକୁ ଯଦି ଆମେ ଭୁଲ ରାସ୍ତାରେ ନେବା ତେବେ ଆମର ଆଗାମୀ ଦିନର ପିଢ଼ି ପାଇଁ ତାହା ବହୁତ କ୍ଷତିରେ ପକାଇବ ବୋଲି ମୁଖ୍ୟ ବକ୍ତା କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ସ୍ୱେଛାସେବୀ ଯଶୋବନ୍ତ ରଣା ପରିଚାଳନା କରିଥିବା ବେଳେ ଡୋଲେଶ୍ୱର ମାଝୀ, ନିରୁପମା ଦୁର୍ଗା, ପପୁ ଗଉଡ଼ ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

seventeen − 15 =