om academy

ଟିଟିଲାଗଡରେ ବିଦ୍ୟୁତ୍‌ ବିଭ୍ରାଟ : ଲୋକେ ରାତିସାରା ହେଲେ ହଇରାଣ

jsm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ରାତିରେ ହଠାତ୍ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିଲା । ରାତି ପାଖାପାଖି ସାଢ଼େ ବାରଟା ସମୟରୁ ବିଦ୍ୟୁତ୍‌ କାଟ ହୋଇଥିଲା । ପ୍ରଥମେ ଘଣ୍ଟା ଟିଏ, ଦୁଇ ଘଣ୍ଟା ଯାଏଁ ଲାଇଟ ଆସି ନଥିଲା, ଏହାପରେ ଲୋକ ବିଭିନ୍ନ ସୋସିଆଲ୍‌ ଗ୍ରୁପରେ ଲେଖିବା ଆରମ୍ଭ କଲେ ଯେ, ଲାଇଟ୍‌ କେତେବେଳେ ଆସିବ ? ଦୁଃଖର ବିଷୟ ବିଭାଗୀୟ ଅଧିକାରୀଙ୍କୁ ଯେତେ ପଚାରିଲେ ବି ଉତ୍ତର ଦେଲେ ନାହିଁ, ତାପରେ କେସିଙ୍ଗା ନଦୀ ଖଣ୍ଡିରେ ୩୩ କେଭି ତାର ଛିଣ୍ଡିବା ଜଣେଇ ଥିଲେ । ତେବେ ତମାମ ରାତି ସାରା ଛୋଟ ଛୋଟଛୁଆ, ରୋଗୀମାନଙ୍କ ଦୁଃଖ କହିଲେ ନସରେ । ସକାଳୁ କାଳେ ବିଦ୍ୟୁତ୍‌ ଆସିବ ବୋଲି ସହରବାସୀ ଅପେକ୍ଷା କରିଥିବା ବେଳେ ତାହା ମଧ୍ୟ ନିରାଶରେ ପରିଣତ ହୋଇଥିଲା । ତେବେ ଏହି ଖବର ପ୍ରଚାରିତ ହେବା ପରେ ଚାରିଆଡ଼େ କେବଳ ଗୋଟିଏ କଥା ଯେ, ଯେତେ ଥର ମରାମତି ପାଇଁ କାମ କରୁଛନ୍ତି ଏହି ସବୁ ଜିନିଷ ଉପରେ କାହିଁକି ଧ୍ୟାନ ଦିଆଯାଉନି ? ବିଭିନ୍ନ ୱାର୍ଡରେ ବିଦ୍ୟୁତ୍‌ ତାର ଓହଳି ଯାଉଥିବାର ମଧ୍ୟ ଦେଖିବାକୁ ମିଳୁଛି । ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ କର୍ମଚାରୀମାନେ ମରାମତି କାର୍ଯ୍ୟ ଜାରି ରଖିଛନ୍ତି । ଅତି ଶୀଘ୍ର କାର୍ଯ୍ୟ ସମ୍ପନ୍ନ କରିବାକୁ ଚେଷ୍ଟା ଚଳାଇଛୁ ବୋଲି କହିଛନ୍ତି । ଗୋଟିଏ କଥା ଯେ, ଟିଟିଲାଗଡରେ ଗ୍ରିଡ ସ୍ଥାପନ କରିଥିଲେ ଟିଟିଲାଗଡ଼ ସହରବାସୀ ଆଜି ଏଭଳି ଦୁର୍ଦ୍ଦଶାରେ ଗତି କରିବାକୁ ପଡି ନ ଥାଆନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି । ସକାଳ ସାଢ଼େ ଦଶଟାରୁ ଘଣ୍ଟାଏ ଲେଖାଏଁ ଲାଇଟ୍‌ ଯିବା ଆସିବା କରିବ ତାହା ପୁଣି ରାଜ ଖରିଆଳ ଠାରୁ ବିଦ୍ୟୁତ୍‌ ଅଣାଯାଇଛି ବୋଲି ବିଭାଗ ପକ୍ଷରୁ ସୁଚନା ମିଳିଛି ।

Leave A Reply

Your email address will not be published.