om academy

ଭାରସାମ୍ୟ ହରାଇ ଖୁଣ୍ଟକୁ ପିଟିଲା କାର୍ : ଜଣେ ମୃତ, ୨ ଜଣ ଗୁରୁତର

jsm

ଧର୍ମଶାଳା : ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥର ରଥିଆ ଛକ ନିକଟରେ ଏକ କାର୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଉଛନ୍ତି ଥାନୁଆଳ ପଞ୍ଚାୟତ ଝାରଶୋଳ ଗ୍ରାମର ସତ୍ୟପ୍ରକାଶ ଦୋରା (୨୪) ଏବଂ ଆହତଦ୍ୱୟ ଦିଲ୍ଲୀପ ଦେହୁରୀ(୨୨) ଓ ଆଦିତ୍ୟ ରାୟ(୨୮) । ଏହି ୩ ଜଣ ଯୁବକ ଆଜି ଅପରାହ୍ଣରେ ଏକ କାର୍ (ଓଡି୦୨ବି ୩୯୪୫)ରେ ଚଣ୍ତିଖୋଲ ପଟୁ ଜାରକା ଆସୁଥିଲେ । କାର୍‌ଟି ଭାରସାମ୍ୟ ହରାଇ ଡିଭାଇଡର୍‌ ଓ ସିସିଟିଭି କ୍ୟାମେରା ଲାଗିଥିବା ଖୁଣ୍ଟରେ ପିଟି ହୋଇଯାଇଥିଲା । ସ୍ଥାନୀୟ ଲୋକେ ଏମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ସତ୍ୟପ୍ରକାଶଙ୍କୁ ମୃତ ଘୋଷଣା କରାଯାଇଥିଲା । ଆହତଦ୍ୱୟଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ପୁଲିସ ଜବତ କରିଛି ।

Leave A Reply

Your email address will not be published.