ବିଦ୍ୟୁତ ସଂଯୋଗ ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ ଗୋଠୋଗୁଡା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ସଲଡିହି ଗ୍ରାମର ଡଙ୍ଗରପଡା ସ୍ଥିତ ନିର୍ମଲ ମେହେର ଏକ ଅଭିଯୋଗ କରିଛନ୍ତି । ସଲଡିହ ଗ୍ରାମ ଏକ ଉପାନ୍ତ ଅଞ୍ଚଳ ଅଟେ । ଗ୍ରାମର କେତେକ ଅଧିବାସୀ ଡଙ୍ଗରପଡା ବୋଲି ଏକ ପଡାରେ ୩ ଘର ବାସ କରୁଛନ୍ତି । ଏହି ଡଙ୍ଗରପଡାରେ ଦୀନଦୟାଳ ଉପାଧ୍ୟୟ ଯୋଜନାରେ ସେଠାରେ ବିଦ୍ୟୁତ ଖୁଣ୍ଟ ଓ ବିଦ୍ୟୁତ ତାର ପଡିଥିଲା । ସେଠାରେ ବିଦ୍ୟୁତ ସଂଯୋଗ ହୋଇନ ପାରିନଥିଲା । ବିଦ୍ୟୁତ ବିଭାଗ କର୍ମଚାରୀମାନେ ଖୁଣ୍ଟ ଓ ତାରକୁ ସ୍ଥାନାନ୍ତର କରି ନେଇଗଲେ । ତେଣୁ ବିଦ୍ୟୁତ ସଂଯୋଗ ହୋଇ ପାରିନଥିଲା । କିନ୍ତୁ ସେଠାରେ ସୌଭାଗ୍ୟ ଯୋଜନାରେ ଗୃହରେ ବୋର୍ଡ ମିଟର ସଂଯୋଗ ହୋଇଅଛି । ତେଣୁ ସେହି ପଡାରେ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ଯୋଗାଇ ଦେଲେ ପଡାବାସୀ ଉପକୃତ ହୁଅନ୍ତେ । ତେଣୁ ପ୍ରଶାସନ ଏ ବିଷୟକୁ ଦୃଷ୍ଟିରେ ରଖି ବିହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.