csstore

ଅନ୍ଧାରରେ ଟିକ୍ରାପଡ଼ା : ବିଦ୍ୟୁତ ଟ୍ରାନ୍ସଫର୍ମର ଲାଗିବ କେବେ ?

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ବିଦ୍ୟୁତର ଲୁଚକାଳି ଖେଳ ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ସଇଁନ୍ତଲା ବ୍ଳକ ଟିକ୍ରାପଡ଼ା ଫାଣ୍ଡି ସମ୍ମୁଖରେ ଦୀର୍ଘ ଦିନ ହେଲାଣି ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯାଇଥିବା ବେଳେ ସ୍ଥାନୀୟ ଜନ ସାଧାରଣ ସମେତ ବିଭିନ୍ନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ଧାରେ ରହୁଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଛି । ବର୍ଷା ଯୋଗୁଁ ରାତିରେ ବାହାରକୁ ବାହାରିବା ବିପଦ ସଙ୍କେତ ମଧ୍ୟ ଦେଖାଦେଇଛି । ସୂଚନାନୁସାରେ ଆଗରୁ ୬୩ କେଭି କ୍ଷମତା ବିଶିଷ୍ଟ ଟ୍ରାନ୍ସଫର୍ମର ଲଗାଯାଇଥିଲା ହେଲେ ଅଧିକ ଲୋଡ଼ ହେବା ଯୋଗୁ ତାହା ମଧ୍ୟ ପୋଡି ଯାଇଥିଲା ପରେ ୧୦୦ କେଭି କ୍ଷମତା ବିଶିଷ୍ଟ ଟ୍ରାନ୍ସଫର୍ମର ଲଗାଯାଇଥିବା ବେଳେ ଏବେ ତାହା ମଧ୍ୟ ପୋଡି ଯାଇଛି ଫଳରେ ଲୋକେ ଅନ୍ଧାରରେ ଦିନ ବିତାଉଛନ୍ତି । ତେବେ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ ତୁରନ୍ତ ଟ୍ରାନ୍ସଫର୍ମର ଲଗାଇବା ପାଇଁ ସାଧାରଣରେ ଦାବୀ ହେଉଛି ।

jayashree
Leave A Reply

Your email address will not be published.