ରତାଖଣ୍ଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ରତାଖଣ୍ଡି ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପଞ୍ଚସଖା ସେତୁ ଯୋଜନାର ଅଧ୍ୟକ୍ଷ ଭାଗରଥୀ ମେହେର ଯୋଗଦେଇ ପିଲାଙ୍କୁ ସଂସ୍କୃତର ମହତ୍ତ୍ଵ ବିଷୟରେ ସୂଚନା ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ବସନ୍ତ ବରିହା ଯୋଗଦେଇ ସଂସ୍କୃତର ଆବଶ୍ୟକତା ବିଷୟରେ ଟିପ୍ପଣୀ ପ୍ରଦାନ କରିଥିଲେ । ସଂସ୍କୃତ ତଥା ଆଞ୍ଚଳିକ ସାଧନାକେନ୍ଦ୍ରର ସଂଯୋଜକ ସିଆର୍‌ସିସି ଶରତ କୁମାର ପଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଂସ୍କୃତ ତଥା ଭାରତୀୟ ସଂସ୍କୃତି ବିଷୟରେ ଦିଗଦର୍ଶନ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ସାମ୍ବାଦିକ ମହେଶ କର ଓ ବିନୋଦ ଦୀପ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ବରିହା ସଂସ୍କୃତର ମହତ୍ତ୍ଵ ଓ ଗାରିମା ବିଷୟରେ ଆଲୋକପାତ କରିଥିବା ବେଳେ ସଂସ୍କୃତ ଶିକ୍ଷକ ଲୋକନାଥ ସାହୁ ସଭା ସଂଯୋଜନା କରିଥିଲେ । ଶିକ୍ଷକ ରାମକୃଷ୍ଣ ପଣ୍ଡା, ଲୋଚନ ସାହୁ, ବୃନ୍ଦାବନ ଗଡ଼ତିଆ, ବିଜୟ କୁମାର ପଧାନ, ସହଯୋଗୀ ଶିକ୍ଷକ ଗୌତମ ମେହେର, ଶମ୍ଭୁପ୍ରସାଦ ସାଏ ପଟେଲ, ସୁଶ୍ରୀ ସୁଭଦ୍ରା କୁମ୍ଭାର ପ୍ରମୁଖ ସହଯୋଗ କରିଥିବା ବେଳେ ଗୋବର୍ଦ୍ଧନ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ । ପରିଶେଷରେ ପ୍ରଦର୍ଶନୀ ତଥା ସଂସ୍କୃତ ଗୀତ ଓ ଶ୍ଳୋକ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ଉତ୍ସବଟି ସମାପିତ ହୋଇଥିଲା ।

Leave A Reply

Your email address will not be published.