csstore

ବଙ୍ଗୋମୁଣ୍ଡାରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ରକୁ ଉଦ୍‌ଘାଟନ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା- ଖଡ଼ିଆଳ ୫୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଚୁଲିଫୁଙ୍କା ଛକ ଠାରେ ଆଜି ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଗଣେଶଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯାଇ ନାଲି ଫିତା କାଟି ଏହି କେନ୍ଦ୍ରକୁ ଶୁଭ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରର ପ୍ରତିଷ୍ଠାତା ଜହ୍ନିଫୁଲ ନାଗଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନୀୟ ଅତିଥି ଭାବେ ଖଡ଼ିଆଳ ମୁଖ୍ୟ ଅଧିକ୍ଷଣ ଯନ୍ତ୍ରୀ ଇଂ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ, ଅବସରପ୍ରାପ୍ତ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସିନିୟର୍‌ ଫାର୍ମାସି ଅଫିସର ସୁଭେନ୍ଦ୍ର ନେପକ, ମୁରିବାହାଲ ବ୍ଲକ ଯୁବ ଯାଦବ ସଭାପତି ଗଙ୍ଗାଧର ହେର୍ଣ୍ଣା, ସାଂସଦଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଅନିଲ ନାଏକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ତେଜୁରାମ ବାଗ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବଙ୍ଗୋମୁଣ୍ଡା ବ୍ଲକରେ ଏହି କେନ୍ଦ୍ର ପ୍ରଥମ କରି ହେଉଥିବା ବେଳେ ଏଠାକାର ଲୋକମାନେ ସୁବିଧା ପାଇ ପାରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜେମାକାନ୍ତ ବାଗ, ଧନସିଂ ନାଗ, ବୁଲୁ ନାଗ, କୁନା ନାଗ ପ୍ରମୁଖ କାର୍ଯ୍ୟକ୍ରମରେ ସହ ଯୋଗ କରିଥିଲେ ।

jayashree
Leave A Reply

Your email address will not be published.