shyamal

ବନ ମହୋତ୍ସବ ଉଦ୍‌ଘାଟନ କଲେ ବିଧାୟକ ଦୁର୍ଗା ଚରଣ ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୧୬ରେ ଅବସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତ୍ରିପ୍ତିମୟୀ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗ ଦେଇଥିଲେ । ଶ୍ରୀ ତନ୍ତୀ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ବିଦ୍ୟାଳୟର ସୁନାମ ଅର୍ଜନ କରିବାକୁ ସମସ୍ତେ ପ୍ରୟାସ କରିବା ସହିତ ଉତ୍ତମ ଚରିତ୍ର ଗଠନ, ରାଷ୍ଟ୍ର ଭକ୍ତି ଆଦିରେ ଉଚିତ ମାର୍ଗଦର୍ଶନ ଶିକ୍ଷକମାନେ ସତତ୍‌ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟରେ ବନ ମହୋତ୍ସବ ପାଳନ ଅବସରରେ ଉପସ୍ଥିତ ଶିକ୍ଷକ, ବିଦ୍ୟାର୍ଥୀଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ । ସେ ତାଙ୍କ ବକ୍ତବ୍ୟରେ ପୃଥିବୀରେ ଉପୁଜୁଥିବା ଗ୍ଲୋବାଲ ୱାର୍ମିଙ୍ଗର ମୁକାବିଲା ପାଇଁ ପ୍ରଚୁର ପରିମାଣରେ ବିଦ୍ୟାଳୟ ଓ ପାର୍ଶ୍ଵବର୍ତ୍ତୀ ସ୍ଥାନ ମାନଙ୍କରେ ବୃକ୍ଷରୋପଣ କରିବା ସହିତ ତାର ଯତ୍ନ ନେବାକୁ ନିବେଦନ କରିଥିଲେ । ପ୍ରତ୍ୟେକ ଶିକ୍ଷକ, ବିଦ୍ୟାର୍ଥୀ ଗୋଟିଏ ଗଛ ଲଗାଇ ତାର ଯତ୍ନ ନେବାକୁ କହିଥିଲେ । ବୃକ୍ଷରୋପଣ କରି ପ୍ରାଣୀ ଜଗତକୁ ଉଦ୍ଧାର କରିବା ସହିତ ମାନବ ସମାଜର କଲ୍ୟାଣ ପାଇଁ ଏକ ସୁନ୍ଦର ପରିବେଶ ସୃଟି କରିବାରେ ସହଯୋଗ କରନ୍ତୁ ବୋଲି ପ୍ରକାଶ କରିଥିଲେ । ଏହା ପରେ ସେ ବିଦ୍ୟାଳୟ ପରିସରରେ ଶିକ୍ଷକ, ବିଦ୍ୟାର୍ଥୀ ମାନଙ୍କ ସହିତ ଔଷଧି ବୃକ୍ଷରୋପଣ କରିଥିଲେ । ପରି ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟର କିଛି ସମସ୍ୟା ଉପରେ ବିଧାୟକକ ଦୃଷ୍ଟି ଆକର୍ଷଣ କରିଥିଲେ । ସମସ୍ୟା ମଧ୍ୟରେ ଅଧିକ ଶ୍ରେଣୀ ଗୃହ, ଅଡିଟୋରିୟମ୍, ଜଳ ନିଷ୍କାସନ ପାଇଁ ଡ୍ରେନ୍‌, ଭାଙ୍ଗି ଯାଇଥିବା ପ୍ରାଚୀର ନିର୍ମାଣର ଆବଶ୍ୟକତା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ବିଧାୟକ ଏହା ଉପରେ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ମୁଖପାତ୍ର ଗଙ୍ଗାଧର ଦାସ, ଅଜୟ କଂସାରି, ଅଶୋକ ଲେଙ୍କା, ଆଲୋକ ନାୟକ, ସନ୍ତୋଷ ବିରାଟ, ସୁଦାମ ସାହୁ, ଗୌତମ ବାରା, ମନୋଜ ସ୍ୱାଇଁ, କୃଷ୍ଣ ରାଉତ୍, ସଞ୍ଜୟ ପ୍ରମୁଖ ଉପସ୍ଥିତ ଥିଲେ ।

purusottam
Leave A Reply

Your email address will not be published.