ବିଜେଡି ବିଜେପି ମେଣ୍ଟ ସମ୍ଭାବନା : ଚିନ୍ତାରେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : ଆଗକୁ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଓଡ଼ିଶାରେ ବିଜେଡିର ପ୍ରମୁଖ ବିରୋଧୀ ଦଳ ଭାବରେ ବିଜେପି ଥିବା ବେଳେ ମେଣ୍ଟ ଚର୍ଚ୍ଚା ରାଜନୈତିକ ବାତାବରଣକୁ ସରଗରମ କରି ଦେଇଛି । ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ଦୁଇ ଦୁଇ ଥର ବିଜେଡ଼ିର ଦିବ୍ୟ ଶଙ୍କର ମିଶ୍ର ବିଧାୟକ ହେଉଥିବା ବେଳେ ରାଜ୍ୟ ସରକାରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ମଧ୍ୟ ହେଇଥିଲେ । କିନ୍ତୁ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଧାୟକଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା । ସ୍ଥାନୀୟ ଏନ୍‌ଏସି ଚେୟାରମେନ ନିର୍ବାଚନରେ ମଧ୍ୟ ନିଜ ପାର୍ଟିର ପ୍ରାର୍ଥୀକୁ ଜିତାଇବାରେ ବିଫଳ ହେଇଥିଲେ । ଦେଖିବାକୁ ଗଲେ ବିଧାୟକଙ୍କ ଲୋକ ପ୍ରିୟତା ଧିରେ ଧିରେ କମି ଯାଉଥିବା ସାଧାରଣରେ ଆଲୋଚନା ହେଉଛି । ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ଟିକେଟ ପାଇବା ପାଇଁ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋଜ ମେହେର, ଜୁନାଗଡ଼ ଏନ୍‌ଏସି ଚେୟାରମେନ ମୁକେଶ ଅଗ୍ରୱାଲ, ପୂର୍ବତନ ସାଂସଦ ଅର୍କ କେଶରୀ ସିଂହଦେଓ ଓ ତାଙ୍କ ପତ୍ନୀ ମାଳବିକା ଦାବିଦାର ଥିବାବେଳେ ଯଦି ବିଜେପି ଓ ବିଜେଡ଼ି ମେଣ୍ଟ ହୁଏ ତାହେଲେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ବିଜେପି ଭାଗକୁ ଯାଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି । ହେଲେ ଏଭଳି ପରିସ୍ଥିତି ହେଲେ ବର୍ତ୍ତମାନ ବିଧାୟକ ସ୍ଵାଧୀନ ପ୍ରାର୍ଥୀ ଭାବେ ଜୁନାଗଡ଼ କିମ୍ବା ନର୍ଲା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ିବାକୁ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

seven + nineteen =

error: Content is protected !!