କୁକୁର ପାଇଁ ଦୁର୍ଘଟଣା, ଜଣେ ଗୁରୁତର

ବଲାଙ୍ଗିର : କୁକୁର ପାଇଁ ଦୁର୍ଘଟଣା ଘଟି ଜଣେ ଯୁବକ ଗୁରୁତର ହୋଇଥିବା ଖବର ମିଳିଛି । ଗୁରୁତର ଜଣକ ସ୍ଥାନୀୟ ହାତୀଶାଲପଡାର ସୁନୀଲ କୁମାର ବୋଲି ଜଣା ପଡିଛି । ଆଜି ଭୋର୍‌ ସକାଳୁ ସୁନୀଲ ନିଜ ଘରୁ ବାଇକ୍‌ ନେଇ କୌଣସି ଏକ କାମରେ ସହରକୁ ଯିବା ସମୟରେ ବାଟରେ ହଠାତ୍‌ ଏକ ବୁଲା କୁକୁର ତାଙ୍କ ବାଇକ୍‌ ଚକ ସମ୍ନାକୁ ଦୌଡି ଆସିଥିଲା । ଏଥିରେ ସୁନୀଲ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ପଡ଼ି ଯାଇଥିଲେ । ଫଳରେ ତାଙ୍କ ମୁଣ୍ଡ ଆଉ ହାତରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌କୁ ନେଇ ଭର୍ତ୍ତି କରାଇବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲେ ।

Leave A Reply

Your email address will not be published.

thirteen + one =